ବିଜେପି ସରକାର ଚାଷୀମାରଣ ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପ୍ରତିଶୁ୍ତି ଖିଲାପୀ ବିରୁଦ୍ଧରେ ନିମାପଡ଼ାରେ ଚାଷୀମାନଙ୍କ ବିକ୍ଷୋଭ
ନିମାପଡ଼ା,(ଏ.ପି ନ୍ୟିୁଜ) ପୁରୀ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ନିମାପଡ଼ା ରେ ବିଜେପି ସରକାରର ଚାଷୀ ମାରଣା ନୀତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ପ୍ରତିଶୃତି ଖିଲାପୀ ବିରୁଦ୍ଧରେ ବିକ୍ଷୋଭ ଓ ପ୍ରତିବାଦ ସଭା ନିମାପଡ଼ା ଟାଉନହଲ ଠାରେଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୧ ଘଟିକା ସମୟରେ ନିମାପଡ଼ା ନୂଆ ବସ୍ ଷ୍ଟାଣ୍ଡ ଠାରୁ ବିରାଟ ରାଲିରେ ଶହଶହ କୃଷକ ଧାନବସ୍ତା ମୁଣ୍ଡାଇ ବିଜେପି ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ଗର୍ଜିଥିଲେ। ରାଲି ମୁଖ୍ୟ ବଜାର ଦେଇ ଟାଉହଲ୍ ଠାରେ ପହଁଞ୍ଚିବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଟାଉନହଲଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୁରୀ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ଉମାକାନ୍ତ ସାମନ୍ତରାୟ, ରାଜ୍ୟ ବିଜେଡ଼ି ଉପ ସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା,କାକଟପୁର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ଓ ଜିଲ୍ଳାର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ସହ ଜିଲାପରିଷଦ ଉପାଧ୍ୟକ୍ଷ ସ୍ବାଧୀନ ନାୟକ, ଜିଲା ମହିଳା ବିଜେଡ଼ି ସଭାପତି କସ୍ତୁରିବାଳା ସ୍ବାଇଁ ଏନ.ଏ.ସି ଅଧ୍ୟକ୍ଷା ସସ୍ମିତା ସାହୁ, ନିମାପଡ଼ା ବିଜେଡ଼ି ନେତୃତ୍ବ ସୁବ୍ରତ ଛାଟୋଇ କାଉନସିଲର ଧନୁର୍ଦ୍ଧର ଦାସ, ନିମାପଡ଼ା ବିଜେଡ଼ି ନେତା ଭାଗ୍ୟଧର ଖଟେଇ, ମାନସ ପ୍ରଧାନ ,ଦିଲିପ ପାତ୍ର ପ୍ରମୁଖ ଯୋଗଦେଇ ବିଜେପି ସରକାର ଚାଷୀ ମାରଣ ନୀତି ବିରୁଦ୍ଧରେ ବର୍ଷିଥିଲେ। ୨୦୨୪ବିଜେଡ଼ିରୁ ପ୍ରାର୍ଥି ହୋଇଥିବା ଦିଲିପ ନାୟକଙ୍କ ଗୋଷ୍ଠୀକୁ ସମ୍ବୂର୍ଣ୍ଣ ରୂପେ ଉପେକ୍ଷା କରାଯାଇଥିବା ଆଜି ବିକ୍ଷୋଭରେ ଦେଖିବାକୁ ମିଳିଥିଲା ପ୍ରତିବାଦ ସଭା ରେ ଜଣେ ଦୁଇଜଣଙ୍କୁ ଛାଡ଼ିଦେଳେ ଅନ୍ୟ ଆଗଧାଡ଼ିର ଦିଲିପ ସମର୍ଥକ ଗେଶଷ୍ଠୀର ଦେଖା ନଥିଲା । ଯେଉଁ କେତେଜଣ ଉପସ୍ଥିତଥିଲେ ସେମାନଙ୍କୁ ଦେଖାଇ ସୁବ୍ରତ ଛାଟୋଇଙ୍କ ଗୋଷ୍ଠୀ ପକ୍ଷରୁ ଆମେସବୁ ଏକାଠି ଅଛୁବୋଲି ବାର୍ତ୍ତା ଦେଇଥିଳେ। ଜିଲାରେ ବିଜେଡ଼ିର ଗୋଷ୍ଠୀ ବିବାଦ ବାରି ହୋଇପଡ଼ୁଥିଲା। ପୁରୀ ବିଧାୟକ ସୁନିଲ ମହାନ୍ତି ଶୋଭାଯାତ୍ରାରେ ଆସିଲେ ବ୍ଲକ ଛକରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଚାଲିଯାଇଥିଲେ। ବିଜେଡ଼ି ର ଆଗଧାଡ଼ିର କୁହାକୁହି ହେଉଥିଳେ ସାସଂଦ ଶୁଭଶିଷ ଖୁଣ୍ଟିଆ ପେଣ୍ଡାଲରେ ବସିଥିବାରୁ ବିଧାୟକ ସୁନିଲ ମହାନ୍ତି ସଭାସ୍ଥଳକୁ ନଯାଇ ଅଧାବାଟରୁ ବାଟରୁ ଚାଲିଯାଇଥିଲେ । ଜିଲାସଭାପତି ଉମା ସାମନ୍ତରାୟ ଏବଂ ସୁବ୍ରତ ଛାଟୋଇଙ୍କ ନେତୃତ୍ବରେ ଏକ ଦଳ ତହସିଲଦାରଙ୍କୁ ଭେଟି ରାଜ ଜିଲାପାଳ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦିଆଯାଇଥିଲା।
