ରାଜ୍ୟ

ପିଏମ ଶ୍ରୀ ନିମାପଡ଼ା ଉଚ୍ଚବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଇକୋ କ୍ଲବ ପ୍ରଦର୍ଶନୀ ମେଳା

Spread It

ନିମାପଡା (ଏପି ନ୍ୟୁଜ) – ପିଏମ ଶ୍ରୀ ନିମାପଡ଼ା ଉଚ୍ଚବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଇକୋ କ୍ଲବ ପ୍ରଦର୍ଶନୀ ମେଳା ତା 05-12-2025 ରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀମତୀ ନନ୍ଦିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଦର୍ଶନୀରେ ନିମାପଡା ବ୍ଲକର ନୋଡାଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତ୍ରିଲୋଚନ ବେହେରା ମୁଖ୍ୟ ଅତିଥି, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଶୀଯୁକ୍ତ ସୁଦର୍ଶନ ଭୋଇ ମୁଖ୍ୟ ବକ୍ତା ଏବଂ ସମ୍ମାନୀତ ଅତିଥି ଭାବରେ ଡି ଏନ ଓ ରମାକାନ୍ତ ଇଝା, ସି ଆର ସି ସି ଲକ୍ଷ୍ମୀଧର ସେଠୀ ପ୍ରମୁଖ ଯୋଗ ଦେଇ ବିଦ୍ୟାର୍ଥୀଙ୍କ ବୈଜ୍ଞାନିକ ଓ ପରିବେଶ ସଂରକ୍ଷଣ ମନୋବୃତ୍ତିର ବିକାଶ କରିବା ସହିତ ସ୍ଵଦେଶୀ ଜ୍ଞାନ କୌଶଳର ପ୍ରୟୋଗ କରି ସୁସ୍ଥ ପରିବେଶ ଗଠନରେ କିପରି ସହାୟକ ହୋଇ ପାରିବେ ସେହି ବିଷୟରେ ଆଲୋଚନା କରିଥିଲେ । ଏଥିରେ ବରିଷ୍ଠ ବିଜ୍ଞାନ ଶିକ୍ଷକ ଦୁର୍ଗା ପ୍ରସାଦ ବାରିକ, ଶିକ୍ଷୟିତ୍ରୀ ଶ୍ରିମତୀ ବୀଣାପାଣି ଆଚାର୍ଯ୍ୟ, ପ୍ରତାପ କୁମାର ପ୍ରଧାନ, ମୌସୁମୀ ଦାସ, ଦେବୀ ସୁଗନ୍ଧା ଦେ, ଦୀପି ସ୍ୱାଇଁ ଓ ରଣଜିତ କେଶରୀ ନାୟକ ମାର୍ଗ ଦର୍ଶନ କରିଥିଲେ ଏବଂ ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ନିମାପଡ଼ା ଉଚ୍ଚ ବିଦ୍ୟାଳୟର ଛାତ୍ର ସୋମେଶ ପ୍ରତାପ ପ୍ରଧାନ, ନାଗବସ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ସତ୍ୟଜିତ ଦଳବେହେରା, ଭାଟବନ୍ଧ ଉଚ୍ଚ ବିଦ୍ୟାଳୟର ଛାତ୍ର ସୁଦୀପ୍ତ ନୟନ ଜେନା, ଏନ ଏମ ପି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭଲକ୍ଷ୍ମୀ ବେହେରା ଓ ଦହିଜଙ୍ଗ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ବାରିକ ପୁରୀ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି. ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମିଶ୍ର, ଶ୍ରୀଧର କୁମାର ସାହୁ ଓ ବିଭୁଦତ୍ତ ପ୍ରଧାନ ବିଚାରକ ଭାବେ ଦାୟିତ୍ୱ ସମ୍ପାଦନା କରିଥି

Leave a Reply

Your email address will not be published. Required fields are marked *