ଦାମୀ ଗାଡ଼ିରେ କରୁଥିଲେ ବ୍ରାଉନସୁଗାର ବେପାର। ୫୫୬ଗ୍ରାମ ବାଉନସୁଗାର ଓ ୫ଲକ୍ଷ ଟଙ୍କା ଜବତ
ଦାମୀ ଗାଡ଼ିରେ କରୁଥିଲେ ବ୍ରାଉନସୁଗାର ବେପାର। ୫୫୬ଗ୍ରାମ ବାଉନସୁଗାର ଜବତଭୁବନେଶ୍ବର(ଏ.ପି ନିୟୁଜ) କଳାକାରରେ ଆସୁଥିଲା ଧଳାଜହର ବିକ୍ରି ହେବାକୁ ଯାଉଥିଲା ଧଳାଗାଡ଼ିରେ। କମିଶନରେଟ ପୁଲିସ ଅଭିଯୁକ୍ତଙ୍କ ଠାରୁ ୫୫୬ ଗ୍ରାମ ର ବ୍ରାଉନସୁଗାର ଜବତ କରିଛି। ଏହାର ମୂଲ୍ୟ ୬୦ଲକ୍ଷ ଟଙ୍କା ହେବବୋଲି ପୁଲିସ କମିଶନର କହିଛନ୍ତି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଖୋର୍ଧାର ଜଣେ ମହିଳା ଏବଂ ତାଙ୍କୁସହଯୋଗ କରୁଥିବା ନିମାପଡ଼ାର ଦୁଇଯୁବକଙ୍କୁ ଜଟଣୀର ହରିରାଜପୁର ଅଞ୍ଚଳରୁ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ। ଜବତ ଭିତରେ ନଗଦ ୫ଲକ୍ଷ ୧୦ ହଜାର ଟଙ୍କା ସୁନା ରୂପା ଅଳଙ୍କାର ଏବଂ ଦୁଇଟି ଦାମୀ ଗାଡ଼ି ସ୍କୋରପିଓ ଏବଂ ଏମଜି ହେକ୍ଟର ଜବତ ହୋଇଛି। ଏହି ବେପାରୀଙ୍କୁ ଗିରଫ କରିବାପରେ ପୁଳିସ କମିଶନର କହିଛନ୍ତି ଏଣିକି ଧଳାଜହରର ଯୋଗାଣ କିଛିମାତ୍ରାରେ କମିଯିବ। ଗିରଫ ହୋଇଥିବା ଖୋର୍ଦ୍ଧାର ବ୍ରାଉନସୁଗାର ବ୍ୟବସ୍ୟାୀ ଲେଡ଼ିଡ଼ନଙ୍କ ସହ ତାଙ୍କୁ ବ୍ୟବସାୟରେ ସହଯୋଗକରୁଥିବା ଦୁଇ ଯୁବକ ହେଲେ ନିମାପଡ଼ାର ରାଜେନ୍ଦ୍ର ସାହୁ ଏବଂ ସୋନୁ ଦାଶବୋଲି ପୁଲିସ ସୁଚନା ଦେଇଛି।
