ରାଜ୍ୟ

ପୂର୍ତ୍ତ ବିଭାଗ ପକ୍ଷରୁ ବ୍ରିଜ ଗୁଡ଼ିକ ଆଧୁନିକ ବୈଷୟିକ ଯନ୍ତ୍ରପାତି ଦ୍ବାରା ଅନୁଧ୍ୟାନ, ଘଣ୍ଟାଘଣ୍ଟାଧରି ବ୍ରିଜ ଉପରେ ଫସିଲେ ପର୍ଯ୍ୟଟକ

Spread It

ନିମାପଡ଼ା,୧୧/୫(ଏପିନ୍ୟୁଜ) ପୁର୍ତ୍ତ ବିଭାଗ ପକ୍ଷରୁ ନିମାପଡ଼ା ପିପିଲି ରାସ୍ତାରେ ଥିବା ନାଗବସ୍ତ, ରଟିଲୋ ନିକଟରେ ଥିବା ବ୍ରିଜ , ନିମାପଡ଼ା ନିକଟରେ ଥିବା କୁଶଭଦ୍ରା ବ୍ରିଜ ଓ ଗୋପ ଚାରିଛକ ରାସ୍ତାରେ ଥିବା ପୁରାତନ ବ୍ରିଜ ଗୁଡ଼ିକ ସଂପର୍କରେ ସଂପୁର୍ଣ୍ଣ ତଥ୍ୟ ହାସଲ କରିବାପାଇଁ ଆଧୁନିକ ବୈଷୟିକ ଯନ୍ତ୍ରପାତି ମାଧ୍ୟରେ ଅନୁଧ୍ୟାନ କରାଯାଇଛି। ରାଜ୍ୟସରକାର ନଦୀ ଉପରେ  ନିର୍ମାଣ କରାଯାଇଥିବା ଏବଂ ଓଭର ବ୍ରିଜରେ ଗୁଡ଼ିକ ତଥ୍ୟ ପ୍ରଦାନ କରୁଥିବା ଏବଂ ନୂତନ ବ୍ରିଜ ନିର୍ମାଣ ହେବା ସ୍ଥାନର ଭିତ୍ତିଭୂମିଆଦି ସଂପର୍କରେ ତଥ୍ୟ ଜାଣିବାପାଇଁ  ରାଜ୍ୟକୁ ନୂଆକରି ଆସିଥିବାଏହି ଆଧୁନିକ ବୈଷୟିକ ଯନ୍ତ୍ରପାତି ବ୍ରିଜ ମୋବାଇଲ ଇନି୍ସ୍ପ‌େକ୍ଟ ୟୁନିଟ ( ଭ୍ରାମ୍ୟମାଣ ବ୍ରିଜ ଅନୁଧ୍ୟାନ କାରୀ ୟୁନିଟ) ମାଧ୍ୟମରେ ବ୍ରିଜ ସଂପର୍କରେ ସବିଶେଷ ତଥ୍ୟ ଯନ୍ତ୍ରୀମାନେ ପରୀକ୍ଷଣ କରି ବ୍ରିଜର ସ୍ଥାୟିତ୍ବ ବିଷୟରେ ତଥ୍ୟ ହାସଲ କରୁଛନ୍ତି । ଏହି ଅତ୍ୟାଧୁନିକ ମେସିନ ବ୍ରିଜ ଉପରୁ ତଳମୁଣ୍ଡକୁ ଯାଇ ପିଲର ଏବଂ ଛାତର  ସଂମ୍ପୂର୍ଣ୍ଣ  ଅବସ୍ଥା  ସ୍ଥାୟିତ୍ବ ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଛି । କେନ୍ଦ୍ରିୟ ରାସ୍ତା ଅନୁଧ୍ୟାନ ସଂସ୍ଥା ବ୍ରିଜ ଗୁଡ଼ିକ ନିର୍ମାଣ ବେଳର ପରିସ୍ଥିତି ଇତ୍ୟାଦି ଅନୁଧ୍ୟାନ କରୁଛନ୍ତି । ନିମାପଡ଼ା ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଶକ୍ତିବ୍ରତ ଜେନା ଓ ତାଙ୍କ ସହଯୋଗୀମାନେ ଉପସ୍ଥିତ ଥିଲେ । ଆଜି ସକାଳ ୯ଟାରେ ଭ୍ରାମ୍ୟମାଣ ବ୍ରିଜ ଅନୁଧ୍ୟାନ କାରୀ ଟିମ କୁଶଭଦ୍ରା ନଦୀ ବ୍ରିଜର ସ୍ଥିତି ଅନୁଧ୍ୟାନ କରିବା ସମୟରେ ବ୍ରିଜ ଉପରେ ଟ୍ରାଫିକ ସମାସ୍ୟା ଦେଖା ଦେଇଥିଲା । ବ୍ରିଜର ଉଭୟ ପଟରେ ଗାଡ଼ିମଟର ଗୁଡ଼ିକ ବ୍ରିଜ ଅତିକ୍ରମ କରନପାରିନଥିଲେ । ଘଣ୍ଟାଘଣ୍ଠାଧରି ପ୍ରଚଣ୍ଡ ଖରାତାପ ଏବଂ ଗରମରେ ପର୍ଯ୍ୟଟକ ଓ ଯାତ୍ରୀମାନେ ଖରାରେ ସଢିଥିଲେ ।  ବିଶେଷଭ‌ାବେ ବାଇକ ଚାଳକମାନେ ଘଣ୍ଟାଘଣ୍ଟାଧରି ବାଇକ ଧରି ଖରାରେ ଠିଆ‌ ହୋଇ ଯନ୍ତ୍ରଣା ଭୋଗିଥିଲେ । ସ୍ଥାନୀୟ ପୁଲିସ ପକ୍ଷରୁ ଘଟଣାସ୍ଥଳକୁ ଯାଇନଥିବା ସ୍ଥାନୀୟ ଯୁବକମାନେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *