ରାଜ୍ୟ

ବ୍ୟବସାୟୀ ସଂଘର ସାଧାରଣ ପରିଷଦ ବୈଠକ, ଦରଦାମକୁ ନିୟନ୍ତ୍ରଣରେ ରଖିବାକୁ ନିବେଦନ

Spread It

 

ନିମାପଡ଼ା ,୫/୫(ଏପିନ୍ୟୁଜ) ନିମାପଡା ବ୍ୟବସାୟୀ ସଂଘର ଏକ ସାଧାରଣ ପରିଷଦର ବୈଠକ ସିଦ୍ଧେଶ୍ବର ମନ୍ଦିରଠାରେ ସଭାପତି ପଦ୍ମଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ପହଲଗାଁ ଠାରେ ୨୬ଜଣ ପର୍ଯ୍ୟଟକମାନଙ୍କୁ ଆତଙ୍କବାଦୀମାନେ ହତ୍ୟାକଲେ ସେମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇ ମୃତଙ୍କ ପ୍ରତି ଶ୍ରଦ୍ଧାଞଳି ଜଣାଇଥିଲେ । ଏଭଳି କାର୍ଯ୍ୟକରୁଥିବା ଆତଙ୍କବାଦୀମାନଙ୍କ କାର୍ଯ୍ୟକୁ ନିନ୍ଦା କରାଯାଇଥିଲା । ଭାରତସରକାର ଆତଙ୍କ ବାଦୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ବ୍ୟବସାୟୀମାନେ ଦାବୀ କରିଥିଲେ । ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ବ୍ୟବସାୟୀମାନେ ସରକାରଙ୍କ ପଛରେ ରହିଛନ୍ତି ଏବଂ ବ୍ୟବସାୟୀମାନଙ୍କ ମଧ୍ୟରେ ଏକତା ରକ୍ଷା କରିବା ସହିତ ଦରଦାମକୁ ନିୟନ୍ତ୍ରୀଣରେ ‌ରଖିବା ଖାଉଟୀମାନଙ୍କୁ ଉଚିତ ସେବା ପ୍ରଦାନ କରିବାକୁ‌ ବୈଠକରେ ପରାମର୍ଶ ଦିଆଯାଇଥିଲା । ସଂଘର ଅଫିସ ଗୃହ ନିର୍ମାଣ ପାଇଁ ସଭାପତି ଶ୍ରୀ ସାହୁଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭେଟି ଆଲୋଚନା କରିଥିଲେ । ବ୍ୟବସାୟୀ ସଂଘର ସମସ୍ତ ଦାବୀ ଗୁଡ଼ିକ ସହୃଦୟତ‌ୋ ସହ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବାପରେ ବ୍ୟବସାୟୀମାନେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ କୃତଜ୍ଞତା ପ୍ରକାଶ କରିଥିଲେ । ଏହି ବୈଠକରେ ବିଭୂତିଭୂଷର ସାହୁ, ଅକ୍ଷୟ କୁମାର ସାହୁ, ‌ଭୀମସେନ ପରିଡ଼ା, ଶ୍ରୀକାନ୍ତ ସାହୁ, ରାଜ କିଶୋର ମୁଦୁଲି, ଦୋଳଗୋବିନ୍ଦ ପାତ୍ର, ରଘୁନାଥ ସାହୁ , ସରୋଜ ପ୍ରଧାନ, କପିଳ ସାହୁ ,ନରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *