ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ଲିଙ୍ଗ ଭିତ୍ତିକ ହିଂସା ଉପରେ ଆୟୋଜିତ କାର୍ଯ୍ୟକ୍ରମ
ପୁରୀ ୨/୧୨(ଏପି ନ୍ୟୁଜ): ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ୧୬ ଦିନିଆ “ଲିଙ୍ଗ ଭିତ୍ତିକ ହିଂସା” ଉପରେ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ମହିଳା ଓ ଶିଶୁ ବିକାଶ ପରିଷଦର ସହଯୋଗରେ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଦୟାବିହାର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନର ଶକ୍ତି ସଦନ ବିଭାଗର ତତ୍ତ୍ଵାବଧାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲୋକମାନଙ୍କୁ ସଚେତନ କରାଉଛନ୍ତି।ଆଜି ଏହାର ଅଷ୍ଟମ ଦିବସ ଅବସରରେ ” ମହିଳା ଏବଂ ବାଳିକାମାନଙ୍କ ପାଇଁ ନିରାପଦ ସ୍ଥାନ ” ବିଷୟବସ୍ତୁ ଉପରେ ସଚେତନ କାର୍ଯ୍ୟକ୍ରମ ଅଙ୍ଗନୱାଡ଼ି କର୍ମୀ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ପନ୍ଦନ ର ଅନ୍ତେବାସୀ ମାନଙ୍କୁ ନେଇ Conference Hall, Health Office ,ମୋଚି ସାହି, ପୁରୀଠାରେ ଆୟୋଜିତ ହୋଇଥିଲା। ଯେଉଁଥିରେ ମୁଖ୍ୟ ଅତିଥିଭାବେ ସୁହାଙ୍ଗୀ ହେମ୍ବ୍ରମ୍ (Protection Officer), ଦୁର୍ଗା ଦେ (ସମ୍ପାଦକ, ସ୍ପନ୍ଦନ ସ୍ବେଚ୍ଛାସେବୀ ଅନୁଷ୍ଠାନ),ଅଞ୍ଜଳି ମଲ୍ଲିକ (ଅଙ୍ଗନୱାଡି ସୁପରଭାଇଜର ),ବିଜୟଲକ୍ଷ୍ମୀ ବଡ଼ଜେନା (ଜିଲ୍ଲା ଓ.ଏସ.ସି ଅଧିକାରୀ ପୁରୀ),ସମେତ ଶକ୍ତି ସଦନର ପ୍ରକଳ୍ପ ସଂଯୋଜିକା ରିତାଞ୍ଜଳି ହରିଚନ୍ଦନ ଯୋଗ ଦେଇ ସଚେତନ ମୂଳକ ସୁନ୍ଦର ଅଭିଭାଷଣ ରଖିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସଦାନନ୍ଦ ପ୍ରଧାନ, (କାଉନସିଲର, ନିଶା ନିବାରଣ କେନ୍ଦ୍ର,ପୁରୀ) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶକ୍ତି ସଦନର କର୍ମଚାରୀ ଜ୍ୟୋତ୍ସ୍ନା ରାଣୀ ବିଶ୍ଵାଳ, ପୂଜାଲି ସ୍ୱାଇଁ, ପ୍ରିୟଙ୍କା ମହାରଣା, ସୁଶାନ୍ତି ପ୍ରଧାନ ପ୍ରମୁଖ ସହଯୋରେ କାର୍ଯ୍ୟକ୍ରମଟିକୁ ସଫଳତାର ସହ ସୁନ୍ଦର ଭାବେ ସମ୍ପାଦନ କରିଥିଲେ।
