ବିଶ୍ବ ଡ଼ିସଲେକ୍ସିଆ ମାସ ପାଳନ
ପୁରୀ (ଏ.ପି ନିୟୁଚ) ବିଶ୍ଵ ଡ଼ିସଲେକ୍ସିଆ ମାସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଆଲୋଚନା ବିଶ୍ଵମ୍ବର ବିଦ୍ୟାପୀଠ ,ପୁରୀ ସମ୍ମିଳନୀ ଗୃହରେ ଗତ ୨୪ ତାରିଖ ରେ ଆୟୋଜନ କରାଯାଇଥିଲା.। ପିଲାମାନେ ଡ଼ିସଲେକ୍ସିଆ ବିଷୟରେ ଜନସାଧାରଣଙ୍କୁ ସଚେତନା କରିବା ପାଇଁ ପ୍ଲାକାର୍ଡ଼ ହାତାରଧରି ସଚେତନତା ଶୋଭାଯାତ୍ର ନଗର ପରିକ୍ରମା କରିଥିଲେ. । ପଠନ-ଲିଖନ ରେ ଅସୁବିଧା ଥିବା ଶିଶୁ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ. ଶୋଭାଯାତ୍ର ଶେଷ ହେବାପରେ ରାଜ୍ୟ ସାଧନ କର୍ମୀ ଶ୍ରୀ ଗୋପବନ୍ଧୁ ବିଶ୍ବାଳଙ୍କ ଉପସ୍ଥିତ ରହି ଶିକ୍ଷକ,ଓ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।
