ଚକବନ୍ଦୀ ସମାସ୍ୟାର ସାଧାନ ପାଇଁ ତହସିଲଦାରଙ୍କୁ ଜାଗ୍ରତ ଯୁବଶକ୍ତି ପକ୍ଷରୁ ଦାବୀପତ୍ର
ନିମାପଡ଼ା, (ଏ.ପି. ନ୍ୟିୁଜ) ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ସରକାରୀ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରାଯାଇ ଜନସାଧାରଣଙ୍କୁ ଯଥାଶୀଘ୍ର ସଂଶୋଧିତ ପଟ୍ଟା ପ୍ରଦାନ ଲାଗି “ଜାଗ୍ରତ ଯୁବଶକ୍ତି” ସଂଗଠନ ତରଫରୁ ଦାବି ଉପସ୍ଥାପନ କରାଗଲା ।ଆଜି “ଜାଗ୍ରତ ଯୁବଶକ୍ତି” ସଂଗଠନ ତରଫରୁ ଆମ ନିମାପଡ଼ା ଅଞ୍ଚଳର ଏକ ପ୍ରମୁଖ ସମସ୍ୟା ଅଂଢ଼ୀଆ-ପାଟପୁର ମୌଜା ର ଅସମାପ୍ତ ଚକବନ୍ଦୀ ବ୍ୟବସ୍ଥା କୁ ଯଥାଶୀଘ୍ର ବ୍ୟବସ୍ଥିତ ଏବଂ ସମାଧାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର, ମାନନୀୟା ଉପମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚିବ,ପୁରୀ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ନିମାପଡ଼ା ତହସିଲଦାର ମହୋଦୟ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଗଲା ।ନିମାପଡ଼ା ଅଞ୍ଚଳର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅଣ୍ଢିଆ ଓ ପାଟପୁରଓ ମୈାଜାର ଚକବନ୍ଦୀ ସମସ୍ୟା ସମାଧାନ ଏବଂ ଲୋକଙ୍କୁ ସଂଶୋଧିତ ପଟ୍ଟା ପ୍ରଦାନ ଦିଗରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ଆମେ ଆଶା ବ୍ୟକ୍ତ କରୁଛୁ ।
