Uncategorized

ଚାରିଛକ ପରିବା ହାଟର ସୀମା ନିର୍ଦ୍ଧାରଣ

Spread It

ଚାରିଛକ (ଏ.ପି ନିୟୁଜ),(ସନ୍ତୋଷ ଦାଶ) ଚାରିଛକ ବଜାରରେ ଥିବା ଦୈନିକ ପରିବା ହାଟର ଉନ୍ନତୀକରଣ ନିମନ୍ତେ ସ୍ଥାନୀୟ ପ୍ରଶାସନ ଦ୍ବାରା ମାପଚୁପ କରାଯାଇଛି ।ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ( ଆର ଆଇ ) ପାର୍ଥ ସାରଥୀ ସେଠୀ, ସରକାରୀ ଅମିନ ବିଶ୍ବରଂଜନ ପ୍ରଧାନ, ଅକ୍ଷୟ କୁମାର ସାହୁ, ବ୍ଲକ କନିଷ୍ଠଯନ୍ତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର, ସୁପର ଭାଇଜର ଅନୁସୟା ମଲ୍ଲିକ, ପ୍ରଶାନ୍ତ କୁମାର ବେହେରା, ବଜାର କମିଟି ସଭାପତି ସନ୍ତୋଷ କୁମାର ପ୍ରଧାନଙ୍କ ଉପସ୍ଥିତି ରେ ଦୈନିକ ହାଟର ପରିସର ଚିହ୍ନଟ କରାଯାଇଛି ଜ୍ଝ ଖାତା ନଂ ୨୭୯, ପ୍ଲଟ୍ ନଂ ୩୮୩ ଏରିଆ ୧୫ ଡିସିମିଲି ଜଳାଶୟ ଉପରେ ଦୈନିକ ହାଟର ସ୍ଥାନ ନିରୂପଣ କରାଯାଇ ନିମାପଡ଼ା ତହସିଲ୍ଦାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ କି, ଗତ ମାସ ୨୦ ତାରିଖ ରେ ତହସିଲଦାର ଡ. ମନୋଜ କୁମାର ପ୍ରଧାନ ହାଟ ପରିଦର୍ଶନରେ ଆସି ଦୈନିକ ହାଟର ଉନ୍ନତୀକରଣ ନିମନ୍ତେ ସ୍ଥାନୀୟ ବିଡିଓ ଓ ଚାରିଛକ ଥାନାକୁ ଜଣାଇଥିଲେ । ଆଜି ମାପଚୁପ କରାଯାଇ ହାଟର ସୀମା ନିର୍ଦ୍ଧାରଣ କରାଯାଇଛି । ଏହି ମାପ ସମୟରେ ଚାରିଛକ ଥାନା ଏଏସଆଇ ଇନ୍ଦୁଲତା ମିଶ୍ର, ଏଏସଆଇ ସବିତା କୁମାରୀ ଦେବୀ ଙ୍କ ସମେତ ଦୈନିକ ହାଟର ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *