ଛାତ୍ରଙ୍କ ବଦାନ୍ୟତା। ଦାମୀ ମୋବାଇଲ ପାଇ ମୋବାଇଲ ଫେରାଇଦେଲେ।
ନିମାପଡା:(ଏପିନ୍ୟୁଜ) ଛାତ୍ରଙ୍କ ବଦାନ୍ୟତା। ଦାମୀ ମୋବାଇଲ ପାଇ ମୋବାଇଲ ଫେରାଇଦେଲେ।
ଯୁକ୍ତ ଦୁଇ ଦ୍ୱତୀୟ ବର୍ଷର ଛାତ୍ର ତପବ୍ରତ ରଥ କୋଚିଂ ନେବା ପାଇଁ ଆସୁଥିବା ବେଳେ ନିମାପଡା ସାଇଲୋଟସ ମଣ୍ଡପ ନିକଟରେ ଏକ ଦାମୀ ମୋବାଇଲ ରାସ୍ତାରେ ପଡିଥିଵା ଦେଖିବାକୁ ପାଇଥିଲେ। ତପବ୍ରତ ମୋବାଇଲଟିକୁ ପାଇ କୋଚିଂ ସେଣ୍ଟରକୁ ଆଣି ଥିଲେ। ତେବେ ଏହି ସମୟରେ ମୋବାଇଲ ହଜି ଯାଇଥିବା ବ୍ୟକ୍ତି ଜଣଙ୍କ ଉକ୍ତ ମୋବାଇଲକୁ କଲ କରିଥିଲେ। ତପବ୍ରତ ଫୋନ ଉଠାଇ ସେ ମୋବାଇଲ ପାଇଥିବା ଜଣାଇ କୋଚିଂ ସେଣ୍ଟରକୁ ଆସି ମୋବାଇଲ ନେଇଯିବା ପାଇଁ କହିଥିଲେ। ତପବ୍ରତ ମୋବାଇଲଟି ହଜି ଯାଇଥିବା ଲୋକକୁ ଫେରାଇ ବହୁତ ଖୁସି ଅନୁଭବ କରିଥିବା କହିଛନ୍ତି।