ରାଜ୍ୟ

ଚାରିଛକ ଦୈନିକ ହାଟ ରେ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ।

Spread It
ଚାରିଛକ,(ସନ୍ତୋଷ ଦାଶ) – (ଏପିନ୍ୟୁଜ)ଚାରିଛକ ସ୍ଥିତ ଦୈନିକହାଟ ରେ ଚଳିତବର୍ଷ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ପ୍ରାଚୀ ନଦୀ ର ଚନ୍ଦ୍ରମଉଳି ଘାଟ ନିକଟରୁ କଳସଧାରୀ ଜଳ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିବା ପରେ ପୂଜକ ରସାନନ୍ଦ ଦାଶ ଓ ଦାଶରଥି ଦାଶ ଙ୍କ ଦ୍ବାରା ଯଥାରୀତି ଅନୁଯାୟୀ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। କର୍ତ୍ତା ଭାବେ କୈଳାସ ସାହୁ ଦାୟିତ୍ଵ ନିର୍ବାହ କରିଥିଲେ। ଚଳିତବର୍ଷ ଏଠାରେ ୪ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପରିବେଷଣ କରାଯିବା ପାଇଁ ସ୍ଥିର ହୋଇଛି। ପୂଜାରେ ଦୈନିକ ହାଟର ସଭାପତି ଗୌରାଙ୍ଗ ପରିଡ଼ା, ଉପ ସଭାପତି ବ୍ରଜବନ୍ଧୁ ଦାଶ, ସମ୍ପାଦକ ଚିତ୍ତରଞ୍ଜନ ପୃଷ୍ଟି, ସହ ସମ୍ପାଦକ କୈଳାସ ମଲ୍ଲିକ, କୋଷାଧ୍ୟକ୍ଷ ଭରତ ପରିଡ଼ା, ଉପଦେଷ୍ଟା ପ୍ରଫୁଲ୍ଲ ସାହୁ, ଚନ୍ଦନ ଲେଙ୍କା, ସଞ୍ଜୟ ପରିଡ଼ା, ଗଣେଶ ସ୍ବାଇଁ, ଟିକ ନାୟକ, ରବୀନ୍ଦ୍ର ସାହୁ ଓ ହାଟ ପରିଚାଳକ ଶିଶିର କୁମାର ନାୟକଙ୍କ ସମେତ ସମସ୍ତ ବ୍ୟବସାୟୀ ସହଯୋଗ କରୁ ଛନ୍ତି। ୪ଦିନ ପୂଜା ଅନୁଷ୍ଠିତ ହେବା ପରେ ଆସନ୍ତା ସୋମବାର ମା’ଙ୍କର ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ସଭାପତି ଶ୍ରୀ ପରିଡା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *