୨ୟ ଶିଶୁ ମହୋତ୍ସବ ୨୦୨୫
ନିମାପଡ଼ା, (ଏ.ପି ନିୟୁଜ) ଶିଶୁମାନଙ୍କ ମଧ୍ୟରେ ଲୁଚିରହିଥିବା ପ୍ରତିଭା ଚିହ୍ନଟକରି ଲୋକଲୋଚନ ଆଣିବା ପାଇଁ ଏସ. ପି. ଫାଉଣ୍ଡେସନ ଆନୂକୁଲ୍ୟରେ ଏବଂ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ସହଭାଗିତା ରେ ଶିଶୁ ମହୋତ୍ସବ ୨୦୨୫ ଏବଂ ଦ୍ୱିତୀୟ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ନଭେମ୍ବର ମାସ ୮ ଓ ୯ତାରିଖ ଦୁଇଦିନ ଧରି ନିମାପଡ଼ା ଶ୍ରୀରାମ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ୟ୍ୟକ୍ରମରେ ପ୍ରାୟ ୬୦ଟି ସ୍କୁଲରୁ ୧୧୦୦ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ( ହସ୍ତାକ୍ଷର, ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗିତା, ଗୀତ, ନାଚ ପ୍ରତିଯୋଗିତା) ରେ ଭାଗ ନେଇଥିଲେ। ଅଭିଭାବକ ମାନଙ୍କ ଅବସର ବିନୋଦନ ପାଇଁ ଏକ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ମଧ୍ୟ କରାଯାଇଥିଲା। ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟଅତିଥିଭାବେ ରାଜ୍ୟ ଜଳସଂପଦ ବିଭାଗ ପ୍ରମୁଖ ସଚିବ ଅଶୋକ ବେହେରା , ପା୍କ୍ତନ ଅଧ୍ୟକ୍ଷ, କ୍ଷୀରୋଦ କୁମାର ରାୟମାହାପାତ୍ର ଏବଂ ଦେବେନ୍ଦ୍ରାନାଥ ରାଉତରାୟ, ଯୋଗଗୁରୁ ମିନତି ଲେଙ୍କା, ଲିଟଲଷ୍ଟାର ଗ୍ରୁପର ସଂପାଦକ ସୁମନ୍ତ ମହାରଣା ଏବଂ ଏସ.ପି ଫାଉଣ୍ଡେସନର ଅଧ୍ୟକ୍ଷ ସ୍ବେତପୂର୍ଣ୍ଣ ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିବାସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିଚରଣ କରିଥିଲେ। ଶିଶୁ କଳାକାରମାନଙ୍କ ଦ୍ଲାରା ମନୋରଞନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିଭାବକମାନେ ଯୋଗଦେଇଥିଲେ।
