ରାଜ୍ୟ

ଦାନଗୋହିରରୁ ଚିତ୍ରା ହରିଣ ଉଦ୍ଧାର

Spread It

ପିପିଲି,୨୪/୫(ଏପିନ୍ୟୁଜ)ହାଟସାହି ପଂଚାୟତ ଅନ୍ତର୍ଗତ ଦାନଗୋହିର ବିଛୁଆତି ଛକ ନିକଟରୁ ଏକ ଅଣ୍ଡିରା ଚିତ୍ରା ହରିଣକୁ ଆଜି ସକାଳ ସମୟରେ ବନବିଭାଗ ଉଦ୍ଧାର କରିଛି । ଉକ୍ତ ହରିଣଟି ଏକ ଜଙ୍ଗଲିଆ ସ୍ଥାନରେ ବୁଲୁଥିବାବେଳେ ସ୍ଥାନୀୟ ଗ୍ରାମର ଯୁବକମାନେ ତାକୁ କାବୁ କରି ପୁଲିସ ଓ ବନ ବିଭାଗକୁ ଖବର ଦେଇଥିଲେ । ପିପିଲି ପୁଲିସ ସମେତ ବାଳକାଟୀ ବନ ବିଭାଗର କର୍ମଚାରୀମାନେ ସେଠାରେ ପହଂଚି ହରିଣଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ତା’ର ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଇଥିଲେ । ତାକୁ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ, ଖାଦ୍ୟ ଓ ପାଣି ଅନ୍ୱେଷଣରେ ଉକ୍ତ ହରିଣଟି ବାଲୁଖଣ୍ଡ ଜଙ୍ଗଲ ଅଂଚଳରୁ ଏଠାକୁ ଚାଲି ଆସିଥିବା ଅନୁମାନ କରାଯାଉଛି ।
ଫଟୋ ଆଟାଚ ଅଛି ।

Leave a Reply

Your email address will not be published. Required fields are marked *