ସିଭିଲସୋସାଇଟର ସାଧାରଣ ପରିଷଦ ବୈଠକ
ନିମାପଡ଼ା, (ଏ.ପି ନ୍ୟିୁଜ) ନିମାପଡ଼ା- ଗୋପ ପାଇଁ ଗଠିତ ସିଭିଲ ସୋସାଇଟର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉତ୍କର୍ସ ନିମାପଡ଼ା ଗଠନ ପାଇଁ ଆଲୋଚନା କରାଯାଇଥିଲା। ସିଭିଲ ସୋସାଇଟ ପକ୍ଷରୁ ନିମାପଡ଼ା ନିର୍ବାଚନ ମଣ୍ଡଳୀର ସମାସ୍ୟା ସଂପର୍କରେ ଆଷଳାଚନା କରାଯାଇ ଏକ ବାର୍ଷିକ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତାବ ଉପସଭାପତି ଅକ୍ଷୟ କୁମାର ନାୟକ ଦେଇଥିଲେ।। ଏହି ଉତ୍ସବରେ ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାସଂଦ ବିଭୁ ପ୍ରସାଦ ତରାଇ ସମେତ ବହୁ ବୁଦ୍ଧିଜିବୀ ପ୍ରସାଶନିକ ଅଧିକାରୀମାନେ ଯୋଗଦେଇ ନିମାପଡ଼ାର ଥିବା ସମାସ୍ୟା ର ସମାଧାନ ବିଷୟରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ନୁହାରକିରି ଗ୍ରାମର ନାରାୟଣୀ ମନ୍ଦିର ପରିସରରେ ବୈଠକ ଆଡ଼ଭୋକେଟ ସୁଧୀର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସଂପାଦକ ନୀରୋଦ ବରଣ ଖୁଣ୍ଟିଆ,, ବିଜୟ କୁମାର ମହାନ୍ତି, ଚନ୍ଦ୍ରକାନ୍ତ ଦଳେଇ, ଦିଗମ୍ବର ନାୟକ, ରାଜକିଶୋର ମହାନ୍ତି, ସୈାଦାମିନ ବେହେରା, ମମତାରାଣୀ ପାଇକରାୟ, ଓକିଲ ରଣଜିତ ସାହୁ, ପ୍ରଶାନ୍ତ ସାହୁ ,ବିଦ୍ୟାଧର ପାତ୍ରପ୍ରମୁଖ ଉପସ୍ଥିତ ଥିଲେ।
