ଜଳବାୟୁ ପରିବର୍ତ୍ତନ ସ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ
ପୁରୀ (ଏ.ପିନ୍ୟିୁଜ) ସାମ୍ପ୍ରତିକ ବିଶ୍ୱ ରେ ଜଳବାୟୁ ର ପରିବର୍ତ୍ତନ ଏକ ବଡ ସମସ୍ୟା ଆକାରରେ ଉଭା ହୋଇଛି।ଆଜି ପୂର୍ବାହ୍ନରେ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏକ ନିରନ୍ତର ବିକାଶ ଓ ସ୍ଥାୟୀ ଭବିଷ୍ୟତ ପାଇଁ ଜଳବାୟୁ ପରିବର୍ତ୍ତନ ସହିତ ମୁକାବିଲା ଶୀର୍ଷକ ଏକ ଆଲୋଚନା ଚକ୍ର ଜିଲ୍ଲା ପ୍ରଶାସନ ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ଼ିଆଡ଼ିଏର ମୁଖ୍ୟ ପ୍ରିୟରଞନ ପୃଷ୍ଟି ପୂର୍ବ ତୁଳନାରେ ବର୍ତ୍ତମାନ ର ବିଶ୍ବ ଉତପ୍ତ ହେବାକୁ ଲାଗିଛି। ଜଳବାୟୁ ପରିବର୍ତ୍ତନ ସାରା ବିଶ୍ବରେ ଏକ ବଡ ସମସ୍ୟା ହୋଇଛି।ଏହାର ନିରାକରଣ ପାଇଁ ବ୍ୟାପକ ସଚେତନତା, ସାମୁହିକ ଉଦ୍ୟମ ଓ ଆନ୍ତରିକ ସମନ୍ୱୟ ଜରୁରୀ ବୋଲି କହିଥିଳେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡା ଚିତ୍ତରଞ୍ଜନ ଦ୍ବବେଦୀ ମଣିଷ ମାନଙ୍କ ର ଲୋଭ, ଅହେତୁକ ଆବଶ୍ୟକତା ର ପୂରଣ ପାଇଁ ସମଗ୍ର ଜୀବ ଜଗତ କ୍ଷତି ଗ୍ରସ୍ତ ହେଉଛି।ଏହାକୁ ପ୍ରତିହତ ପାଇଁ ସାମୁହିକ ଚେଷ୍ଟା ପାଇଁ ସେ ପରାମର୍ଶ ଦେଇଥିଲେ। ସହକାରୀ ପ୍ରଫେସର ଡା ପ୍ରମୋଦ କୁମାର ତ୍ରିପାଠୀ ଓ ଦି ବେଲ ଅନୁଷ୍ଠାନର ପ୍ରତିଷ୍ଠାତା ସିଦ୍ଧାର୍ଥ ରାୟ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ବିସ୍ତୃତ ସୂଚନା ଦେଇ ଜଳବାୟୁ ପରିବର୍ତ୍ତନ ର କାରଣ ଓ ନିରାକରଣ, ବର୍ତ୍ତମାନ ବିଶ୍ବରେ ଜଳବାୟୁ ର ସ୍ଥିତି,ମଣିଷ ସମାଜ ର ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ ଆଲୋଚନା ଚକ୍ର ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ପ୍ରାଧ୍ୟାପିକା ଡା ସଙ୍ଗୀତା ମିଶ୍ର ମଞ୍ଚ ପରିଚାଳନା କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।।ଅତିଥି ମାନେ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ସାମନ୍ତ ଚନ୍ଦ୍ରଶେଖର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।
