ରାଜ୍ୟ

ବିଦ୍ୟାଳୟରେ ତାଲା ମାରିଲେ ଗ୍ରାମବାସୀ

Spread It
ଚାରିଛକ, (ସନ୍ତୋଷ ଦାଶ) ନିକଟସ୍ଥ ଛଣିଜଙ୍ଗ ପଂଚାୟତ ଅଳୁକୁଣ୍ଡ ପଂଚାୟତ ହାଇସ୍କୁଲ ଗେଟରେ ପୁର୍ନବାର ଗ୍ରାମବାସୀମାନେ ତାଲା ପକାଇଥିବା ଜଣାପଡିଛି । ଫଳରେ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ପ୍ରି ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।ସୂଚନା ମୁତାବକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଅନ୍ୟତ୍ର ବଦଳି ଓ ଖାଲିଥିବା ଶିକ୍ଷକ ପଦବୀ ପୂରଣ ଦାବୀରେ ଗତମାସ ୧୭ ତାରିଖ ଦିନ କେତେକ ଗ୍ରାମବାସୀ ଓ ଅଭିଭାବକମାନେ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ । ୩ ଦିନ ଧାରଣାରେ ବସିବାପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବ୍ଳକ ଅତିରିକ୍ତ ଶିକ୍ଷାଧିକାରୀ ସୁଦର୍ଶନ ଭୋଇ ଘଟଣା ସ୍ଥଳରେ ପହଂଚି ସମସ୍ତ ଦାବୀ ପୂରଣ କରାଯିବ ବୋଲି ପ୍ରତିଶତି ଦେବାପରେ ଗ୍ରାମବାସୀ ଓ ଅଭିଭାବକ ମାନେ ଧାରଣାରୁ ଓହରିଥିଲେ । ମାତ୍ର ୧ମାସ ବିତିଯାଇଥିଲେ ମଧ୍ୟ କୈାଣସି ଦାବୀ ପୁରଣ କରା ନ ଯିବାରୁ  ଗ୍ରାମବାସୀମାନେ ବିଦ୍ୟାଳୟ ଫାଟକ ରେ ତାଲା ପକାଇ ପୁର୍ନବାର ଧାରଣାରେ ବସିଛନ୍ତି। ଯଦି ପ୍ରଶାସନ ତୁରନ୍ତ ଦାବୀ ପୂରଣ ନକରନ୍ତି ତେବେ ଗ୍ରାମବାସୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ବାରିକ, ପୁର୍ବତନ ସଭାପତି ବଟକୃଷ୍ଣ ସ୍ଵାଇଁ, ସମିତିସଭ୍ୟା ଲକିବାଳା ନାୟକ, ସୁଧର ନାୟକ, ବିମ୍ବାଧର ନାୟକ, କୃଷ୍ଣଚନ୍ଦ୍ର ବେହେରା, ଲିଙ୍ଗରାଜ ନାୟକ, ବିପିନ ପ୍ରଧାନ,ଅଭିଭାବକ ବଳରାମ ନାୟକ, ସାଲୁ ବେହେରା, ପବିତ୍ର ବେହେରା, ବଳରାମ ବେହେରା,ଶିବ ବିଶ୍ବାଳ, ପୂର୍ବଚନ୍ଦ୍ର ଖଟୋଇ, ତପନ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି । ଆଜି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାରତ ପ୍ରଧାନ ଓ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସୁଦର୍ଶନ ଭୋଇ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଓ ଅଭିଭାବକ ମାନଙ୍କ ସହିତ ଆଲୋଚନା କରି ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଗ୍ରାମବାସୀ ଓ ଅଭିଭାବକ ମାନଙ୍କ ଆନ୍ଦୋଳନ ପାଇଁ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେବାରୁ ବଞ୍ଚିତ ହେବା  ଘଟଣା ସମଗ୍ର ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି। ସ୍ଥାନୀୟ ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି।
 
 
 

Leave a Reply

Your email address will not be published. Required fields are marked *