ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ ପାଇଁ ଶିଳାନ୍ୟାସ।
ଚାରିଛକ,ଏ.ପିନ୍ୟିୁଜ)(ସନ୍ତୋଷ ଦାଶ) ନୟାହାଟ ନିକଟସ୍ଥ ମହଲପଡ଼ା ପଞ୍ଚାୟତ ର ମାଣ୍ଡୁପଦା ଠାରୁ ବଉଲାଙ୍ଗ ପଞ୍ଚାୟତ ବରିମୁଣ୍ଡ ପର୍ଯ୍ୟନ୍ତ ରାସ୍ତା କୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇ ୪ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ନବ ନିର୍ମିତ ରାସ୍ତା ପାଇଁ କାକଟପୁର ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଉତ୍ସବ ରେ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ଗୋପ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଝୁନୁଲତା ମଲ୍ଲିକ, ପୁରୀ ଜିଲ୍ଲା ୧୪ନଂ ଜୋନ ର ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସାଗରିକା ନାୟକ, ୧୩ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା ମନୋରମା ସେଠୀ, ସରପଞ୍ଚ ଯୁବୁଲି ନାୟକ, ସମିତି ସଭ୍ୟ ବାବାଜୀ ଭାଇ ଯୋଗ ଦେଇଥିଲେ। ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ ହେଲେ ମାଣ୍ଡୁପଦା ଗ୍ରାମ ସହିତ ନିକଟସ୍ଥ ୬ ଗୋଟି ଗ୍ରାମ ର ଗ୍ରାମବାସୀ ମାନେ ସୁବିଧା ରେ ନିଜ ଗ୍ରାମ ସହିତ ନୟା ହାଟ,ଯୋଗେଶ୍ୱରପୁର କୁ ଯାତାୟାତ କରି ପାରିବେ।
