ରାଜ୍ୟ

ପୁରୀ ଜିଲ୍ଲା ସ୍ତରୀୟ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

Spread It

ପୁରୀ ( ଏ.ପି ନ୍ୟିୁଜ) ଆଜି ପୂର୍ବାହ୍ନରେ ଟାଉନ ହଲ ପରିସରରେ ସମବାୟ କାର୍ଯ୍ୟାଳୟ ପକ୍ଷରୁ ପୁରୀ ଜିଲ୍ଲା ସ୍ତରୀୟ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଅର୍ଥନୀତି ସୁଦୃଢୀକରଣ ରେ ଗ୍ରାମ୍ୟ ଅର୍ଥନୀତି କୁ ସୁଦୃଢ ଓ ସଶକ୍ତ କରିବାରେ ସମବାୟ ସମିତିର ଭୂମିକା ସର୍ବଦା ଗୁରୁତ୍ୱ ବହନ କରି ଆସିଛି।କୃଷକ ମାନଙ୍କୁ ବିବିଧ ସରକାରୀ ଯୋଜନା ରେ ସାମିଲ କରିବା, ସେମାନଙ୍କ ଆବଶ୍ୟକତା ଅନୁସାରେ କମ ସୁଧରେ ଋଣ ପ୍ରଦାନ, ସେମାନଙ୍କ ଉତ୍ପାଦ ର ସଠିକ ବିକ୍ରି ବ୍ୟବସ୍ଥା ଉପରେ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ।ଉପ ଜିଲ୍ଲାପାଳ ରାଜ କିଶୋର ଜେନା ସମବାୟ ଆନ୍ଦୋଳନ ର ଇତିହାସ ସମ୍ପର୍କରେ ଆଲୋଚନା କରିବା ସହ ଧାନ ସଂଗ୍ରହ ସମୟରେ ନିରପେକ୍ଷତା ବଜାୟ ରଖିବା, ମଣ୍ଡି ଗୁଡିକର ଭିତ୍ତିଭୂମି କୁ ସୁଦୃଢ଼ କରିବା,ପାକ୍ସ କୃଷକ ମାନଙ୍କୁ ସହଯୋଗ କରିବା ପାଇଁ ମତ ଦେଇ ଥିଲେ।ପୁରୀ ନିମାପଡା ସମ୍ମିଳିତ ବ୍ୟାଙ୍କ ର ସଭାପତି କିଶୋର କୁମାର ଛୋଟରାୟ ଅଧ୍ୟକ୍ଷତାରେ ଅନୁଷ୍ଠିତଡିଆରସିଏସ ସୁନୀତା ପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମ ରେ ନାବାର୍ଡର ଡିଡିଏମ ସସ୍ମିତା ପୃଷ୍ଟି, ବ୍ୟାଙ୍କ ସମୂହର ସିଇଓ ବନଶ୍ରୀ ମଲ୍ଲିକ
ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ହସ୍ତଶିଳ୍ପ ର ଉପ ନିର୍ଦ୍ଦେଶକ ବିଷ୍ଣୁ ପଦ ମାରାଣ୍ଡି, ଅତିରିକ୍ତ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ରାଉଳ ପ୍ରମୁଖ ଯୋଗ ଦେଇ ସମବାୟ ଆନ୍ଦୋଳନର ଆନ୍ଦୋଳର ଯୋଗଦାନ ପାକ୍ସ,କୃଷକମାନଙ୍କ ସମାସ୍ୟା ସ ସହୟତା ସଂପର୍କରେ ଆଲୋଚନା କରିଥିଳେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଓ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ବିଭିନ୍ନ ସମବାୟ ସମିତିର କର୍ମକର୍ତ୍ତା ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ସଂଚାଳକ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *