କ୍ରୀଡା

ନିଗମାନନ୍ଦ ମହିଳା ମହାବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡା ଉତ୍ସବ

Spread It

 ଚାରିଛକ (ଏ.ପି ନ୍ୟିୁଜ)ରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ ୪୩ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ମିତ୍ରା ମହାପାତ୍ର ଏହି ସ୍ୱତନ୍ତ୍ର କ୍ରୀଡା ଉତ୍ସବର ଶୁଭ-ଉଦଘାଟନ କରି ଥିଲେ l ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ସଚିନ୍ଦ୍ର ମାଝୀ ଯୋଗଦେଇ ରାଜ୍ୟ ସରକାର ଶିକ୍ଷାକୁ ଯେଭଳି ଗୁରୁତ୍ୱ ଦେଉଛନ୍ତି, କ୍ରୀଡାକୁ ମଧ୍ୟ ସେହିଭଳି ଗୁରୁତ୍ୱ ପ୍ରଦାନ କରୁଛନ୍ତି   l ସମ୍ମାନୀତ ଅତିଥିରୂପେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଗୋପୀନାଥ କର ଏବଂ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଡ଼ଃ ଅଶୋକ ବିଶ୍ୱାଳ ଯୋଗଦେଇଥିଲେ l + ୩ କ୍ରୀଡା ଅଧିକାରୀ ବରିଷ୍ଠ ଅଧ୍ୟାପିକା ଡ଼ଃ ଶ୍ରିଲେଖା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ l ସଂସ୍କୃତ ଅଧ୍ୟାପକ ଶ୍ରୀମାନ ଜୀବନ ଦାଶ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ l + ୨ କ୍ରୀଡା ଅଧିକାରୀ ଅଧ୍ୟାପିକା କଲ୍ୟାଣୀ ସ୍ୱାଇଁ, ଅଧ୍ୟାପିକା ମଧୁମିତା ଦେଇ, କ୍ରୀଡା ଶିକ୍ଷୟତ୍ରୀ ପାର୍ବତୀ ପରିଡା, ଅଧ୍ୟାପକ ଜଗନ୍ନାଥ ପଣ୍ଡା ବିଭିନ୍ନ କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଶାଲ ଶୋଭାଯାତ୍ରା ସହ କ୍ରୀଡା ପତାକା ଉତ୍ତଳୋନ କରାଯାଇଥିଲା l ଛାତ୍ରୀମାନଙ୍କର ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇ ସଫଳତା ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ଇଂରାଜୀ ଅଧ୍ୟାପିକା ସଙ୍ଗୀତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *