ରାଜ୍ୟ

ଡ଼ିଏଭି ସ୍କୁଲ, ଚନ୍ଦ୍ରଶେଖରପୁରର କମ୍ୟୁନିଟ ସର୍ଭିସ କ୍ୟାମ୍ପ ୨୦୨୬, ନିମାପଡ଼ାରେ

Spread It

  ନିମାପଡ଼ା (ଏ.ପି ନିୟୁଜ))  ଭୁବନେଶ୍ବର  ଚନ୍ଦ୍ରଶେଖରପୁର ଠାରେ ଥିବା  ଡ଼ିଏଭି ସ୍କୁଲ   ପରୀକ୍ଷା ଶେଷ ହୋଇଯାଇଛି। ପିଲାମାନେ ଘରେ ବସିରହିବା ଅପେକ୍ଷା ସ୍କୁଳ କର୍ତ୍ତୁପକ୍ଷ ପିଲାମାନଙ୍କୁ ନେଇ ଏକ ସକମ୍ରୁନିଟ ସର୍ଭିସ କ୍ୟାମ୍ପ ଆୟୋଜନ କରିଛନ୍ତି।  ସହରାଞ୍ଚଳରେ ବିତୁଥିବା ଦୈନଦିନ ଜୀବନକୁ ଛାଡ଼ି  ଛୁଟି ରେ  ଗ୍ରାମାଞ୍ଚଳରେ  ଲୋକମାନଙ୍କ ଚଳଣି ବିଷୟରେ ଜାଣିବା , ବିଭିନ୍ନ ଏ୍ୟୖତିହାସିକ ସ୍ଥାନ ପରିଦର୍ଶନ କରି  ମନ୍ଦିର ଆଦି ବିଷୟରେ ଜ୍ଞାନ ଅର୍ଜନ କରିବା, ପଥପ୍ରାନ୍ତ ନାଟକ ଆଦି କରି କୁସଂସ୍କାର ଓ ଅନ୍ଧବିସ୍ବାସ, ଟ୍ରାଫିକ  ସମାସ୍ୟା , ଓ ପରିବେଶ ସଂକ୍ରାନ୍ତରେ  ସଚେତନତା ସୃଷ୍ଟି କରିବା  ଏହି କ୍ୟାମ୍ପର ମୁଖ୍ୟ ଉଦ୍ଦେଶ୍ୟ। ।  ଯୋଗଦେଇଥିବା ଛାତ୍ରଛାତ୍ରମାନେ ନିଜ ଅନ୍ତର୍ନିହିତ ପ୍ରତିଭାକୁ  ପରି  ପ୍ରକାକରିବାପାଇଁ ଏହି କମ୍ୟୁନିଟ ସର୍ଭିସ କ୍ୟାମ୍ପର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।  ଡ଼ିଏଭି ଚନ୍ଦ୍ରଶେଖରପୁର ସ୍କୁଲ  କର୍ତ୍ତୁପକ୍ଷ ନିମାପଡ଼ା ଡ଼ିଏଭି ପବ୍ଲିକ ସ୍କୁଲ କ୍ୟାମ୍ପସକୁ ଚୟନ କରିଛନ୍ତି। ଏହି କ୍ୟାମ୍ପ ୩ ଦିନଧରି ନିମାପଡ଼ାରେ ଚାଳିବ। । ଏହି କ୍ୟାମ୍ପରେ ଡ଼ିଏଭି ଚନ୍ଦ୍ରଶେଖରପୁରର  ୨୮୦ ଜଣ ଛାତ୍ରଛାତ୍ରୀ  ଓ ୫୦ ଜଣ ଶିକ୍ଷକ , ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଯୋଗ ଦେଇଛନ୍ତି। ଆଜି ପ୍ରଥମଦିନରେ  ନିକଟସ୍ଥ ବିଷ୍ଣନୁପୁର(କରଞ୍ଜିସାହି)ରେ ଥିବା ସୋମନାଥ ମନ୍ଦିର ପରିଦର୍ଶନ କରି ମନ୍ଦିର ସଂପର୍କରେ  ଏ୍ୟୖତିହାସିକ ଏବଂ ନୈାବାଣିଜ୍ୟ କାରବାର ହେଉଥିବା ତଥ୍ୟ ବିଷୟରେ ଜାଣିଥିଲେ। ଆଜି ସନ୍ଧ୍ୟାରେ ନିମାପଡ଼ା ଡ଼ିଏଭି ପବ୍ଲିକ ସ୍କୁଲ ପରିସରରେ  କମ୍ୟୁନିଟ ସର୍ଭିସ କ୍ୟାମ୍ପର ୨୦୨୬ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନିମାପଡ଼ା ଅଟୋ କଲେଜ  ଓଡ଼ିଆ ବିଭାଗ ମୁଖ୍ୟ ଅଜୟକୁମାର ବେହେରା ଏବଂ ଭୁତତ୍ବ ବିଭାଗ  ମୁଖ୍ୟ ମାନସ ରଞନ ସ୍ବାଇଁ  ଯୋଗଦେଇ  ଶିବିର  କ୍ୟାମ୍ପକୁ ଉଦଘାଟନ କରିଛନ୍ତି। ଡ଼ିଏଭି ସ୍କୁ ଲ ପ୍ରିନସପାଲ ଏମଏମ ହକ ସ୍ବାଗତ ଭାଷଣ ଦେଇଥିଲେ। କ୍ୟାମ୍ପ କମାଣ୍ଡର ଡ଼.ସର୍ବଦମନ ସିଂ, କ୍ୟାମ୍ପ ଉପମୁଖ୍ୟ  ଭାରତୀ ପ୍ରଧାନ, ଓ ଦୁର୍ଗାପ୍ରସନ୍ନ ମହାପାତ୍ର, ଟ୍ରେନିଂ ଅଫିସର ଆନନ୍ଦ ଚନ୍ଦ୍ର ଦାଶ, ସଂଯୋଜକ ପ୍ରଦୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ହୋଇଥିବାଚନ୍ଦ୍ରଶେଖର ପୁର ସ୍କୁଳର  ଛାତ୍ର ଶିକ୍ଷକ ଓ କର୍ମଚାରୀମାନଙ୍କୁ  ସ୍ବାଗତ ସମ୍ପର୍ଦ୍ଧନା  ନିମାପଡ଼ା ଡ଼ିଏଭି ସ୍କୁଳର ଅଧ୍ୟାପକ ଏବଂ ଅଧ୍ୟାପିକା ଓ ଛାତ୍ର ଓ କର୍ମଚାରୀମାନେ ଦେବାସହ  କ୍ୟାମ୍ପ ପରିଚାଳନାରେ ସହଯୋଗ କରିଥିଲେ।        

Leave a Reply

Your email address will not be published. Required fields are marked *