ରାଜନୀତିରାଜ୍ୟ

କଂ‌ଗ୍ରେସ ଦଳ ପକ୍ଷରୁ ସମ୍ବର୍ଦ୍ଧନା ସଭା ଏବଂ କର୍ମୀ ବୈଠକ

Spread It

କଂ‌ଗ୍ରେସ ଦଳ ପକ୍ଷରୁ ସମ୍ବର୍ଦ୍ଧନା ସଭା ଏବଂ କର୍ମୀ ବୈଠକ

ନିମାପଡ଼ା,୨୫/୫(ଏପିନ୍ୟୁଜ) ନିମାପଡ଼ା ବ୍ଲକ କଂଗ୍ରେସର ନୂତନ ସଂଯୋଜକ ପଦବୀରେ ପିସିସି ପକ୍ଷରୁ କାଳନ୍ଦୀ ବାରିକ(ବାବୁଲି)ଙ୍କୁ ନିଯୁକ୍ତି ଦିଆଯିବାପ‌ରେ ଆଜି ବ୍ଲକ ଓ ଏନ.ଏ.ସି କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ସଭା ଏବଂ କର୍ମୀ ବୈଠକ କଂଗ୍ରେସ କାର୍ଯ୍ୟାଳୟଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ କଂଗ୍ରେସ ବ୍ଲକ କଂଗ୍ରେସ ସଂଯୋଜକ କାଳନ୍ଦୀ ବାରିକଙ୍କୁ କର୍ମୀମାନେ ଏକ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ତାଙ୍କୁ ଫୁଲତୋଡ଼ା ଏବଂ ଉତ୍ତରୀୟ ପନ୍ଧାଇ କର୍ମୀମାନେ ସମ୍ବଦ୍ଧିତ କରିଥିଲେ। ସମ୍ବର୍ଦ୍ଧନା ଉତ୍ତରେ କର୍ମୀମାନଙ୍କୁ ସମ୍ବୋଧନ କରି ବ୍ଲକ ସଂଯୋଗ କାଳନ୍ଦୀ ବାରିକ ହେଉଛନ୍ତି ଦଳ ମଧ୍ୟରେ ଥିବା ସମସ୍ତ ଭେଦଭାବ ଗୋ‌ଷ୍ଠୀ କନ୍ଦଳକୁ ଭୁଲି ଦଳପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ଏବଂ ଦେଶର ରାଜନୈତିକ ପରିସ୍ଥିତି ସଂପର୍କରେ କଂଗ୍ରେସ ଦଳର ଭୂମିକା ସଂପର୍କରେ କହିଥିଲେ। ତୃଣମୂଳସ୍ଥରେ ଲୋକମାନଙ୍କ ସମାସ୍ୟାକୁ ଉପସ୍ଥାପନ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତ ରହିବାକୁ କର୍ମୀମାନଙ୍କୁ କହିଥିଲେ। ଏହି ବୈଠକରେ ନରେନ୍ଦ୍ର ବେହେରା, ନବଘନ ମଲିକ, ପ୍ରଭାକର ପାଟଶାଣୀ, ଗୋବିନ୍ଦ ମଲିକ, ପ୍ରଦିପ ମହାନ୍ତି, ମନୋଜ ସାହୁ, ବିପିନ ବେହେରା, ଦେବେନ୍ଦ୍ର ପ୍ରଧାନ, ଦିଲିପ ବିଶ୍ବାଳ, ସନ୍ତୋଷ ବେହେରା, ସେବାଦଳର ସୁବାଷ ମଲିକ, ଅର୍ଜୁନ ସ୍ବାଇଁ ,ମଙ୍ଗି ଖାନ, ରାମଚନ୍ଦ୍ର ଜେନା, ନିଶିକାନ୍ତ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *