ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ ୭୬ ତମ ସମ୍ବିଧାନ ଦିବସ ପାଳିତ ।
ଚାରିଛକ ,( ସନ୍ତୋଷ ଦାଶ) ପୁରୀ ଜିଲ୍ଲା ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସର ରେ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ୭୬ ତମ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଏହି ସମାରୋହରେ ଅଧ୍ୟକ୍ଷତା କରି ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ହେଉଛି ଭାରତୀୟ ସମ୍ବିଧାନ । ଏହା କେବଳ ଲିଖିତ ନଥି ନୁହେଁ ବରଂ ଆମ ଜୀବନ, ଆମ ମାନବିକ ଚେତନା ଓ ସମର୍ପଣର ରକ୍ଷାକର୍ତ୍ତା ବୋଲି ଅଭିହିତ କରିଥିଲେ । ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ସମ୍ବିଧାନ ଦିବସ ପାଳନର ତାତ୍ପର୍ୟ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ ।ଏଥିରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଓ ସଂସ୍କୃତ ଅଧ୍ୟାପକ ଯୋଗଦେଇ ଛାତ୍ରୀମାନଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ସହ ସମ୍ବିଧାନ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ । କାର୍ୟ୍ୟକ୍ରମର ସଂଯୋଜିକା ରାଜନୀତି ବିଜ୍ଞାନ ଅଧ୍ୟାପିକା ସମ୍ବିଧାନ ପ୍ରତି ପ୍ରତିବଦ୍ଧତା ପାଇଁ ସଂକଳ୍ପ ପାଠ କରାଇଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଯୋଗଦେଇ ସମସ୍ତେ ସମ୍ବିଧାନ ପାଠ କରିବା ଏବଂ ଏହାର ଆଦର୍ଶକୁ ନିଜ ଜୀବନରେ ପ୍ରତିଫଳନ କରିବା ପାଇଁ ସଂକଳ୍ପ ନେଇଥିଲେ।
