ରାଜ୍ୟ

୫୫ରୁ ଉର୍ଦ୍ଧ ଗୋରୁ ଗାଈଗୁଡ଼ିକୁ ଚୋରି କରିନେଉଥିବା ପୁଲିସ ଜବତ କରି ୩ ଜଣ ଯୁବକ ଅଟକ ରଖିଛି

Spread It

ନିମାପଡ଼ା, ୨୩/୫(ଏପି ନ୍ୟୁଜ) ୫୫ରୁ ଉର୍ଦ୍ଧ୍ବ ଗାଈ ଗୋରୁଙ୍କୁ ଏକାଠି ଗୋଠକରି ଉଡ଼ାଇ ନେଇ ଯାଉଥିବାବେଳେ ଖଣ୍ଡାୟତ ପାଟଣା ନିକଟରେ ବଳଙ୍ଗା ପୁଲିସ ଖବର ପାଇ ଗାଈ ଗୋରୁଙ୍କୁ ଉଦ୍ଧାର କରିଛି। ମିଳିଥିବା ସୁଚନାରୁ ପ୍ରକାଶ ୪ଜଣ ବ୍ୟକ୍ତି ୫୫ରୁ ଉର୍ଦ୍ଧ୍ବ ଗାଈଗୋରୁମାନଙ୍କୁ ଏକାଠିକରି ସେମାନଙ୍କୁ ଚଲାଇଚଲାଇ ନେଉଥିବାବେଳେ ନିକଟସ୍ଥ ଦେଉଳି ସାହିର ଯୁବକମାନଙ୍କର ସନ୍ଦେହ ହେବାରୁ ଗୋରୁମାନଙ୍କୁ ନେଉଥିବା ଯୁବକ ୩ଜଣଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଗୋରୁମାନଙ୍କୁ ଉଦ୍ଧାର କରିବା ସହ ଗୋରୁ ନେଇଯାଉଥିବା ଯୁବକ ୩ ଜଣ ବ୍ୟକ୍ତିକୁ ଅଟକ ରଖି ପଚରା ଉଚରା କରୁଛନ୍ତି। ଅଟକ ଥିବା ଯୁବକମାନେ ଗାମାଞ୍ଚଳରୁ ଗାଈ ମାନଙ୍କୁ ଚୋରୀ କରି ବିକ୍ରି କରିବାକୁ ନେଉଥିଲେ ବୋଲି ଦେଉଳିସାହିର ଯୁବକମାନେ କହିଛନ୍ତି। କିଛିଦିନ ଧରି ବିଭିନ୍ନ ସ୍ଥାନରୁ ଗାଈ ଚୋରୀହେବା ଅଭିଯୋଗ ହୋଇ ଆସୁଥିଲା। ଧରାପଡ଼ିଥିବା ଯୁବକମାନେ ହିନ୍ଦୁ ଏବଂ ଯାଦବ ସଂପ୍ରଦାୟର ବୋଲି ଜଣାପଡ଼ିଛି। ତଦନ୍ତ ପରେ ଚୋରୀ ହୋଇଥିବା ଗାଇ ଗୁଡ଼ିକ କେଉଁଠିକୁ ନେଉଥିଲେ କାହାକୁ ବିକ୍ରି କରିଥାନ୍ତେ ସେ ବିଷୟରେ ପୁଲିସ ତଦନ୍ତ କରିବ ଏବଂ ଚିହ୍ନଟହେବାପରେ ମାଲିକମାନଙ୍କୁ ଫେରାଇବା ପାଇଁ ଦାବୀ କରାଯାଇଛି।

Leave a Reply

Your email address will not be published. Required fields are marked *