ରାଜ୍ୟ

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୁରୀ ଜିଲାପରିଷଦ ବୈଠକ

Spread It

 ନିମାପଡ଼ା, (ଏ.ପି ନିୟୁଜ)  ଭାରତୀୟ କମ୍ୟୁନଷ୍ଟ  ପାର୍ଟି ପୁରୀ ଜିଲା ପରିଷଦର ଏକ  ବୈଠକ ଆଡ଼ଭୋକେଟ ପ୍ରଫୁଲ ଦାସଙ୍କ ସଭାପତିତ୍ବରେ ଅମଲାପଡ଼ାରେ ଥିବା ପାଟିଁ କାର୍ଯ୍ୟାଳୟ ଘନଶ୍ୟାମ ଭବନ  ଆଜି ଅନୁଷ୍ଠିତ  ହୋଇଛି। ପରିଷଦ ବୈଠକ ପୂର୍ବରୁ  କମ୍ୟୁନିଷ୍ଟଦଳର କର୍ମୀମାନେ ଶୋଭାଯାତ୍ରାରେ  ପରିଷଦ ବୈଠକକୁ  ଆସିଥିଲେ।  ପୁରୀ ଜିଲାର ସମାସ୍ୟାନେଇ ପରିଷଦ ବୈଠକରେ ଆଲୋଚନା କରାଯାଇ  ଜଳସେଚନ, ଜଳ ନିଷ୍କାସନ ଧାନମଣ୍ଡିରେ କଟନି ଛଟନି ବନ୍ଦକରିବା , ସାରଦର ବୃଦ୍ଧି , ବୁଲାଗାଇଗୋରୁ ଓ ବନ୍ୟ ଜନ୍ତୁଙ୍କ ଦାଉରୁ ଫସଲକୁ ରକ୍ଷାକରିବା ଏବଂ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ କ୍ଷତିପୂରଣ ଦେବା। ଯୁବକଙ୍କୁ ନିଯୁକ୍ତି ଓ ମହିଳାଙ୍କୁ ରାତିରେ କାମକରିବା ଆଇନକୁ ବାତିଲ କରିବା ଓ ମହିଳାଙ୍କୁ ସୁରକ୍ଷା ଦେବା ପ୍ରଭୃତି ଦାବୀନେଇ କମ୍ୟୂନିଷ୍ଟ ପାଟି ଆନ୍ଦୋଳନ କରିବାପାଇଁ ପରିଷଦର ଆଜି ବୈଠକରେ ନିଷ୍ପତି ନିଆଯାଇଛି। ।ଏହି ବୈଠକରେ ରାଜ୍ୟ ପରିଷଦ ସଭ୍ୟ ବ୍ରଜବନ୍ଧୁ ପ୍ରଧାନ, ଦେବେନ୍ଦ୍ରନାଥ ସାହୁ, ପ୍ରଦିପ୍ତ ମହାନ୍ତି, ଜିଲା ସଂପାଦକ କଷ୍ରଚନ୍ଦ୍ର ପାତ୍ର, ବିପିନ ରାଉତ, ଗୋଲଖ ନାୟକ, ସୁରେଶ ଚନ୍ଦ୍ର ବିଶ୍ବାଳ, ସନ୍ତୋଷ ବେହେରା, ପ୍ରଫୁଲ ସାହୁ ପ୍ରମୁଖ  ଆଲୋଚନାରେ ଭାଗ ନେଇଥିଲେ।   

Leave a Reply

Your email address will not be published. Required fields are marked *