ଟୁବୁଲି ମେମୋରିଆଲ ବାରବାଟୀ କପ କ୍ରିକେଟ ୨୦୨୫। ଏସ.ପି ଫାଉଣ୍ଡେସନ , ନିମାପଡ଼ାକୁ ହରାଇ ୟୁନିଅନ ସ୍ପୋଟିଂ ସେମିରେ
ନିମାପଡ଼ା , (ଏ.ପି ନିୟୁଜ) ସ୍ଥାନୀୟ ବାରବାଟୀ ପଡ଼ିଆରେ ଆଜି ଟୁବୁଲି ମେମୋରିଆଲ ବାରବାଟୀ କପ କ୍ରିକେଟର ୫ମ ସଂସ୍କରଣ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି।। ଆଜି ଉଦଘାଟନୀ ମ୍ୟାଚରେ ଆୟୋଜକ ଟିମ ଏସ.ପି ଫାଉଣ୍ଡେସନ ଏବଂ ୟୁନିଅନ ସ୍ବୋଟିଂ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଆୟୋଜକ ଟିମ ଏସ.ପି ଫାଉଣ୍ଡେସନ ଟସ ଜିତି ୟୁନିଅନ ସ୍ପୋଟିଂ କଟକକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଞୁନିଅନ ସ୍ପୋଟିଂ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଦାରିତ ୨୫ ଓଭରରେ ୧୯୭ ରନ କରିଥିଲେ । ଦଳର ପକ୍ଷରୁ ବିନାୟକ ସାହୁ ୩୩ରନ ଏବଂ ଅରବିନ୍ଦସିଂ ୩୦ ରନ କରିଥିଲେ। ଏସ.ପି ଫାଉଣ୍ଡେସନର ବୋଲରସାଦିଙ୍ଗ ଅଜିଜ ୩୮ ରନଦେଇ ୩ଟି ଉଇକେଟ ପ୍ରିୟରଞନ ୪୯ ରନଦେଇ ୨ ଟିଉଇକେଟ ନେଇଥିଲେ। ୧୯୮ ରନର ବିଜୟ ଲକ୍ଷ୍ୟ ନେଇ ଏସ.ପି ଫାଉଣ୍ଡେସନ ୨୩.୫ ଓଭରରେ ୧୦୩ ରନକରି ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ।। ୟୁନିଅନ ସ୍ପୋଟିଂର ବୋଲର ବିନାୟକ ସାହୁ ୯ରନ ଦେଇ ୨ ଟି ଉଇକେଟ ଗଣେଷ ୨୦ରନ ଦେଇ ୨ଟି ଟି ଉଇକେଟ,ଅକ୍କ୍ତିଆର କରିଥିଲେ। ଖେଳ ପରିଚାଳନା କରିଥିଲେ ନିର୍ମଳ ମିଶ୍ର ଓ ଅୟସକାନ୍ତ ମିଶ୍ର। ୟୁନିଅନ ସ୍ପୋଟିଂର ଖେଳାଳୀ ବିନାୟକ ସାହୁଙ୍କୁ ଆଜି ଖେଳର ଶ୍ରେଷ୍ଠ ଖେଳାଳୀ ଘୋଷଣା କରାଯାଇ ପୁରଷ୍କୃତ କରାଯାଇଥିଲା। ମୁଖ୍ୟ ଅତିଥିଭାବେ ଟ୍ରିକ ର ନିର୍ଦ୍ଦେଶକ ଜୟଶ୍ରୀ ବିଶି ପୁରଷ୍କାର ପ୍ରଦାନ କରିଥିଳେ। ଉଦଘାଟନୀମ୍ୟାଚରେ ଅତିଥିଭାବେ କ୍ଷୀରୋଦ କୁମାର ରାୟମହାପାତ୍ର, ଅମରେଶ ନନ୍ଦନ ସାହୁ, ପ୍ରଭାତ କୁମାର ମିଶ୍ର ମହେନ୍ଦ୍ର ସିଂଭାଟିଆ , ପଦ୍ମଲୋଚନ ପାଣିଗ୍ରାହୀ ପ୍ରମୁଖ ଅୖତିଥିଭାବେ ଯୋଗଦେଇଥିଲେ।
