କ୍ରୀଡା

ଶରତ ଚନ୍ଦ୍ର ଓ ବିନୟ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Spread It

 

 ନିମାପଡ଼ା, (ଏ.ପି ନ୍ୟିୁଜ) ସ୍ଥାନୀୟ ଧଳେଶ୍ୱର ଖେଳ ପଡ଼ିଆରେ ଟେନିସ ବଲ କ୍ରିକେଟ ଟୋର୍ଣ୍ଣମେଣ୍ଟର ୫୨ ତମ ସଂସ୍କରଣ ଉଦଯାପିତ ହୋଇଯାଇଛି। ଉଦଯାପନୀ ମ୍ୟାଚରେ ରୁଦ୍ରାମ୍ବିକା କ୍ରିକେଟ କ୍ଲବ, ଧଳେଶ୍ୱର ଓ ଚାଉଳବସ୍ତ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଧଳେଶ୍ୱର କ୍ରିକେଟ କ୍ଲବ ନିର୍ଦ୍ଧାରିତ ୨୦ ଓଭରରେ ୧୮୬ ରନ କରିଥିଲା।୧୮୭ ରନର ବିଜୟଲକ୍ଷ କୁ ପିଛାକରି ଚାଉଳବସ୍ତ ଟିମ ୧୭.୩ ଟି ବଲ ରେ ବିଜୟଲକ୍ଷ ହାସଲକରି ପ୍ରଥମଥର ପାଇଁ ବିଜେତା ହୋଇଛି। ବିଜେତା ଦଳକୁ ୧୫୦୦୧ ଟଙ୍କା ର ନଗଦ ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ଦଳକୁ ୧୦୦୦୧ ଟଙ୍କା ଓ ଟ୍ରଫି ପ୍ରଦାନ କରଯାଇଥିଲା।ବିଜେତା ଦଳର ଚନ୍ଦନ ୩୧ ଟି ବଲ ରୁ ୬୬ ରନ ସଂଗ୍ରହ କରି ଅପରାଜିତ ରହି ମ୍ୟାଚ ବିଜୟୀ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଶ୍ରେଷ୍ଠ ଖେଳାଳି ବିବେଚିତ ହେଲେ। ପୁରା ଶୃଙ୍ଖଳାରେ ଉଭୟ ବ୍ୟାଟିଂ ଆଉ ବୋଲିଂ ରେ ଉନ୍ନତ ପ୍ରଦର୍ଶନ କରି ଧଳେଶ୍ୱର ର ମାନସ ଦାସ ମ୍ୟାନ ଅଫ ଦ ସିରିଜ ବିବେଚିତ ହୋଇଛନ୍ତି। ବାଦଲ ଦାସ ଓ ପ୍ରସନ୍ନ ଦାସ ମ୍ୟାଚ ପରିଚାଳନା କରୁଥିବା ବେଳେ ସୋନୁ ଓ ରାହୁଲ  ମ୍ୟାଚ ପରିଚାଳନା କରିଥି‌ଲେ। ଉଦଯାପନି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅନୁଶାସନ ସଚିବ ସୁଧୀରଞ୍ଜନ ବରାଳ, ଯୁବ ନେତା ତଥା ତଥା ବଳଙ୍ଗା ମଣ୍ଡଳ ବିଜେପି ସଭାପତି ଦେବାଶିଷ ଆଚାର୍ଯ୍ୟ, ପ୍ରେସକ୍ଲବ ସଭାପତି ତଥା ବିଶିଷ୍ଟ କ୍ରୀଡାବିତ ଅକ୍ଷୟ ବେହେରା,ଧଳେଶ୍ୱର ପଞ୍ଚାୟତର ସରପଞ୍ଚ ସଚ୍ଚିଦାନନ୍ଦ ରାଉତରାୟ,ଶିକ୍ଷ୍ୟାବିତ  ଚିନ୍ତାମଣି ବରାଳ ,ଧଳେଶ୍ୱର ପଞ୍ଚାୟତର ଯୁବନେତା ତଥା ସମିତି ସଭ୍ୟାଙ୍କ ପ୍ରତିନିଧି ରମେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ଯୁବ ସାମାଜିକ କର୍ମୀ ଚନ୍ଦ୍ରକାନ୍ତ ବରାଳ ମଞ୍ଚ ପରିଚାଳନା କରିଥି‌ଲେ

Leave a Reply

Your email address will not be published. Required fields are marked *