ଟୁବୁଲି ସ୍ମାରକୀ ବାରବାଟୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ସଂସ୍କରଣ ନଭେମ୍ବର ୩୦ରୁ
ନିମାପଡ଼ା, (ଏ.ପି ନ୍ୟିୁଜ) ମରର୍ଯ୍ୟାଦଜନକ ଟୁବୁଲି ସ୍ମାରକୀ ବାରବାଟି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ସଂସ୍କରଣ ଆସନ୍ତା ନଭେମ୍ବର ୩୦ରୁ ନିମାପଡ଼ା ବାରବାଟୀ ପଡ଼ିଆରେ ଆରମ୍ଭ ହେବ। ୭ଦିନ ଧରି ଏହି ଟୁବୁଲି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାରବାଟି ପଡ଼ିଆରେ ଚାଲିବ। ୫ମ ସଂସ୍କରଣରେ କଟକର ୫ଟି ଦଳ ଭୁବନେଶ୍ବରର ୨ଟି, ପୁରୀର ଗୋଟିଏ ଦଳ ଏବଂ ସ୍ଥାନୀୟ କ୍ରିକେଟ ଦଳ ଏଭଳି ରାଜ୍ୟର ୮ଟି ପ୍ରତିଷ୍ଠିତ କ୍ରିକେଟ ଟିମ୍ ଟୁର୍ଣ୍ଣାମେଣ୍ଟର ଅଶଂ ଗ୍ରହଣ କରିବେ ବୋଲି ଏସ.ପି ଫାଉଣ୍ଡେସନ ଦ୍ବରା ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ହିମାଶୁଂ ଶେଖର ମହାନ୍ତି, ଅୟସକାନ୍ତ ମିଶ୍ର, ନିର୍ମଳ ମିଶ୍ର, ସ୍ବେତପୂର୍ଣ୍ଣ ରାୟ ମହାପାତ୍ର ପ୍ରମୁଖ ସୁଚନା ଦେବାସହ ଟୁର୍ଣ୍ଣାମେଣ୍ଟର ଫିକ୍ସଚର ଉନ୍ମୋଚନ କରିଛନ୍ତି। ବାରବାଟି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ନଗଦ ୫୦ ହଜାର ଟଙ୍କା ଓ ଟ୍ରଫି ଏବଂ ଉପ ବିଜେତା ଦଳକୁ ୩୦ ହଜାର ଟଙ୍କା ଏବଂ ଟ୍ରଫି ପ୍ରଦାନ କରାଯିବ। ପ୍ରତ୍ୟେକ ମ୍ୟାଚର ମ୍ୟାନ ଅଫ ଦି ବିଜେତା ଖେଳାଳୀଙ୍କୁ ଏବଂ ନିମାପଡ଼ା ୧୬ ବର୍ଷର କମ ଦଳରେ ସ୍ଥାନ ପାଇଥିବା ୪ ଜଣ ଯୁବ କ୍ରିକେଟରଙ୍କୁ ପୁରଷ୍କାର ଦିଆଯିବ।। ୩୦/୧୧ ସ୍ଥାନୀୟ କ୍ରିକେଟ ଟିମ ବନାମ ୟୁନିୟନ ସ୍ପୋଟିଂ ,କଟକ। ୧/୧୨ରେ ନିମପୁର –କଟକ ବନାମ ଏମସିସି କ୍ଲବ ଭୁବନେଶ୍ବର, ୨/୧୨ , ମହାବୀର ସ୍ପୋଟିଂ – ପୁରୀ ବନାମ ରାଇଜିଂ ଷ୍ଟୁଡ଼େଣ୍ଟ –କଟକ, ଡ଼ିସେମ୍ବର ୩-ରେ ଜୁଭେନାଇଲ କଟକ ବନାମ କିଶୋର କ୍ଲବ ଭୁବନେଶ୍ବର ଡ଼ିସେମ୍ବର ୪ ପ୍ରଥମ ସେମିଫାଇନାଲ ଡ଼ିସେମ୍ବର ୫ ଦ୍ବିତୀୟ ସେମିଫାଇନାଲ। ଡ଼ିସେମ୍ବର ୭ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ନିସେମ୍ବର ୬ରେ ଭୁବନେଶ୍ବର ଏବଂ ନିମାପଡ଼ା ମଧ୍ୟରେ ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ
