ରାଜ୍ୟ

୧୦ମ ଛାତ୍ରୀକୁ ଦୁର୍ଷ୍କମ ଅଭିଯୋଗ । ଅଭିଯୁକ୍ତ ଗିରଫ । ଏ ସଂପର୍କରେ ଆଇନଜ୍ଞ ବଟକୃଷ୍ଣ ସାହୁ ଏବଂ ସମାଜସେବୀ ସରିତା ମହାପାତ୍ର ମତଦେଇ କହିଛନ୍ତି

Spread It

୧୦ମ ଛାତ୍ରୀକୁ ଦୁର୍ଷ୍କମ ଅଭିଯୋଗ । ଅଭିଯୁକ୍ତ ଗିରଫ 

ଏ ସଂପର୍କରେ ଆଇନଜ୍ଞ ବଟକୃଷ୍ଣ ସାହୁ ଏବଂ ସମାଜସେବୀ ସରିତା ମହାପାତ୍ର ମତଦେଇ କହିଛନ୍ତି
ନିମାପଡ଼ା(ଏ.ପି ନ୍ୟୁଜ) ନିମାପଡ଼ା ଥାନା ଅଧିନସ୍ଥ ଅରିଷଣ୍ଡ ପଚାୟ୍ରଂତର ଏକ ଗ୍ରାମରେ ଜଣେ ୧୦ମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀକୁ ଘରେ ପରିବାର କେହି ନଥିବାବେଳେ ଦୁଷ୍କର୍ମ ର ଶିକାର ହୋଇଥିବା ପୁଲିସ ରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁକରି ତୁରନ୍ତ ଅଭିଯୁକ୍ତର ଘର ଉପରେ ଚଢଉକରି ଗିରଫ କରିଛି। ଏହି ମାମଲାକୁ ଦଫାରଫା କରିବା ପାଇଁ ମଧ୍ୟସ୍ଥିଙ୍କ ସହୟତାରେ ଦୁଷ୍କର୍ମ ପିଡ଼ିତା ପରିବାରକୁ ବୁଝାସୁଝା କରି ମାମଲାକୁ ଦଫାରଫା କରି ମାମଲାକୁ ଚପାଇଦେବାକୁ ଉଦ୍ୟମ କରାଯାଉଥିବା ପ୍ରକାଶ ପାଇଛି। ଘଟଣାରୁ ପ୍ରକାଶ ୧୦ ମଶ୍ରେଣୀ ଛାତ୍ରୀ ଘର ପରିବାର ମନ୍ଦିରକୁ ଯାଇଥିବାସମୟରେ ପଡ଼ିତା ନାବାଳିକା ଜଣକ ଗରମ ହେଉଥିବାରୁ ଛାତ ଉପରେ ବୁଲାବୁଲି କରୁଥିଲା।

ଏହି ସୁଯୋଗରେ ବାମଝାଟି ପାଟଣାର ମଳୟ ରଞନ ସାହୁ ପିଡ଼ିତା ଛାତ୍ରୀର ପାଟିକୁ ବନ୍ଦ କରିଦେଇ ଦୁଷ୍କର୍ମ କରିଥିବା ପିଡ଼ିତା ପୁଳିସରେ ଅଭିଯୋଗ କରଛିି। ପାଖରେ ଉପସ୍ଥିତ ଥିବା ଜଣେ ସପ୍ମମ ଶ୍ରେଣୀର ଛାତ୍ରୀ ସବୁ ଦେଖୁଥିଲା। ଦୁଷ୍କର୍ମକାରୀ ଯୁବକ ସେହି ଘଟଣାର ପ୍ରତ୍ୟକ୍ଷ ଦର୍ଶୀଥିବା ଛାତ୍ରୀକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗପତ୍ର ଦର୍ଶାଯାଇଛି। ଅଭିଦୁକ୍ତ ଦୁଷ୍କର୍ମ କାରୀକୁ ପୁଲିସ ବାମଝାଟି ପାଟଣା ଉପରେ ଚଢଉକରି ଅଭିଯୁକ୍ତ ମଳୟରଞନ ସାହୁକୁୁ ଗିରଫ କରିଛି। ଦୁଷ୍କର୍ମ କାରୀମାନଙ୍କ ପାଇଁ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛ। ଏହି ଘଟଣାରେ ପିଡ଼ିତା ନାବାଳିକାକୁ ଦୁଷ୍କର୍ମ କରାଯାଇଛି। ପୋସୋ ଆଇନରେ ପୁଲିସ ମାମଲା ରୁଜୁ ହୋଇଛି। କଠୋର ଦଣ୍ଡ ବ୍ୟବସ୍ଥା ରହିଥିଲେ ମଧ୍ୟ ଯୁବକମାନେ ଏଭଳି ଜଘନ୍ୟ କାମ କରିବାକୁ କାହିଁକ ଆଗେଇ ଆସୁଛନ୍ତି। ଆଇନର ସଚେତନତାଅଭାବ କାରଣରୁ ନା ସମାଜରେ କନ୍ୟା ସନ୍ତାନମାନଙ୍କ ପରିବାର ପକ୍ଷରୁସେମାନଙ୍କୁ ଆଚାର ବ୍ୟବହାର ଶିକ୍ଷ୍ୟା ଦିଆଯାଉନାହିଁ । ଆଧୁନିକତା ଯେତେ ପ୍ରବେଶ କରୁଛି ଦୁଷ୍କର୍ମ ଘଟଣା ସେତେଅଧିକ ଘଟୁଛି।

ଏ ସଂପର୍କରେ ସରିତା ମହାପାତ୍ର ନାମକ ସମାଜସେବୀ ମତଦେଇ କହିଛନ୍ତି ସମାଜରେ ବେଳକୁ ବେଳ ଅଧିକ ଦୁଷ୍କର୍ମ ଝଟଣାମାନ ଘଟୁଛି। କେତେକ ସ୍ଥଳରେ ଆପୋଷ ସମାଧାନ କରାଯାଉଛି। ଅଭିଭାବକମାନେ ଦୁ୍େ‌କର୍ମ ହୋଇଥିବା କନ୍ୟାସନ୍ତାର ମାନଶିକ ଅବସ୍ଥାକୁ ଦେଖୁ ନାହାଁନ୍ତି। ଏଥିପାଇଁ ଦୁର୍ଷ୍କମକାରୀମାନଙ୍କୁ ମାମଲାର ତ୍ୱରିତ ବିଚାରକରି ଦୋଷୀମାନଙ୍କୁ ଦଣ୍ଡ ଦିଆଯାଉ। ଏବଂ ପ୍ରତ୍ୟେକ ଅଭିଭାବକ ଙ୍କ ଘରେ ଯଦି ଏଭଳି ଘଟଣା ଘଟୁଛି ସମାଧାନ ମାଧ୍ୟମରେ ନୁହେଁ ଅଭିଯୁକ୍ତକୁ କିପରି ଦୋଷୀ ସାବ୍ୟସ୍ଥ ହେବ ଏବଂ ଆଇନ ହାତରେ କିଭଳି ଦଣ୍ଡ ପାଇବ ସେଥିପାଇଁ ଯତ୍ନବାନ ହେବାଦରକାର ।  ଏହି ଘଟଣାରେ ପୋସୋ ଆଇନ ଲାଗୁହୋଇଛି।

ଆଇନର ସଚେତନତା ଅଭାବରୁ ସମାଜରେ ଏଭଳି ଜଘନ୍ୟ ଘଟଣାମାନ ଘଟୁଛି। ଅନେକ କ୍ଷେତ୍ରରେ ଅଭିଯୁକ୍ତମାନେ ଅର୍ଥର୍ ବଦଳରେଏବଂ ଆଇନର ଗଳିବାଟରେ ମାମଲାକୁ ରଫା ଦଫା କରିଦେଉଥିବାରୁ ସମାଜରେ ଦୁଷ୍କର୍ମ ଘଟଣାମାନ ବଢିବାରେ ଲାଗିଛି। ଦୁଷ୍କର୍ମ ମାମଲାରେ ଖୁବ ଶିଘ୍ର ତଦନ୍ତ କରାଯାଇ ଦୋଷୀକୁ କଠୋର ଦଣ୍ଡ ବ୍ୟବସ୍ଥା କରାଗଳେ ଦୁଷ୍କର୍ମ ଘଟଣା ସମାଜରେ କମହେବବୋଲି ଆଇନଜ୍ଞ ବଟକୃଷ୍ଣ ସାହ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *