ରାଜ୍ୟ

ସମୁଦ୍ର ଉପକୂଳରେ  ଆତଙ୍ଗ ସୃଷ୍ଟିକାରୀ ୧୧ ଫୁଟ ଲମ୍ବର ବଉଳା କୁମ୍ଭୀରକୁ ଧରିଲା ଜଙ୍ଗଲ ବିଭାଗ

Spread It

ଅସ୍ତରଙ୍ଗ,(ଏ.ପି ନ୍ୟିୁଜ)ଦୀର୍ଘ ଏକ ମାସ ଧରି ପୁରୀ ଜିଲ୍ଲା ଅସ୍ତରଙ୍ଗ ର ପିର ଯାହାନିଆ ବେଳାଭୂମିରେ ଆତଙ୍ଗ ସୃଷ୍ଟିକରିଥିବା୧୧
ଫୁଟ ଲମ୍ବର ବଉଳା କୁମ୍ଭୀର ରବିବାର ଦିନ ସକାଳ ୧୦ଘଟିକା ସମୟ ରେ ଗଙ୍ଗାଦେବୀ ନିକଟ ବେଳାଭୂମି ରେ ଖରାରେ ସୋଇଥିବା ସମୟ ରେ ଧରା ପଡିଛି l ଏହାକୁ ଧରିବା ପାଇଁ ଶନିବାର ଦିନ ରାତ୍ରରେ ରାପିଡ଼ ରେସ୍କୁ ଦଳ ରାଜନଗର ରୁ ଆସି ପହଞ୍ଚି ଥିଲେ l ରାତି ସାରା ଅଣକଣା ତଣ୍ଡା ଠାରୁ ଦେବୀନଦୀ ନାସି ପର୍ଯ୍ୟନ୍ତ ବହୁ ଖୋଜା ଖୋଜି ପରେ କୁମ୍ଭୀର ରେସ୍କୁ ଦଳ ଆଣିଥିବା ବଡ଼ ଜାଲ ଦ୍ଵାରା ଧରା ପଡି ଥିଲା l ତା ପରେ ତାକୁ ସେହି ଜାଲ ଦ୍ଵାରା ବନ୍ଧା ଯାଇ ଏକ ଚାରି ଚକିଆ ଜାନରେ ରାଜନଗର ପଠାଇ ଦିଆ ଯାଇ ଅଛି l ଏହି ସବୁ କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ରେଞ୍ଜର ମୋନାଲିଶା ମହାପାତ୍ର, ଫରେଷ୍ଟର ମାନସ ବେହେରା, ଓ କାଳୀ ଚରଣ ମହାନ୍ତି,ବନରଖି, ବନ ବିଭାଗ ସ୍କ୍ୱାଡ଼ ଆଦି ସାମିଲ ଥିଲେ l

Leave a Reply

Your email address will not be published. Required fields are marked *