ଇନ୍ଦିରାଗାନ୍ଧୀ ମହିଳା ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ
ନିମାପଡ଼ା,(ଏ.ପି.ନିୟୁଜ) ଆଇ.ଜି ମହିଳା କଲେଜ ରେଆଜି ସାଇବର ଅପରାଧ ସଂପର୍କରେ ଏକ ସଚେତନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳା କଲେଜ ଅଧ୍ୟକ୍ଷା ଶ୍ରଦ୍ଧାଞଳି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନା କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ପୁଲିସ ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢୀ ଯୋଗଦେଇ ସାଇବର ଅପରାଧୀମାନେ ବିଶ୍ବର ଯେକୈଣସି ସ୍ଥାନରେ ଉପସ୍ଥିତ ରହି ସାଇବର ଅପରାଧ ଘଟାଉଛନ୍ତି। ସାଇବର ଅପରାଧ ସଂପର୍କରେ ବ୍ୟାପକ ସଚେତନତା କରାଗଲେ ଏହି ଅପରାଧକୁ ରୋକାଯାଇପାରିବ। ଅନ୍ୟମାନଙ୍କ ମଧ୍ୟରେ ଆଇଆଇସି ସୈାମେନ୍ଦ୍ର ପାଇକରାୟ, ଇନିସପେକ୍ଟର ରୀତା ବେହେରା, ବିଇଓ ପୁଷ୍ପମିତ୍ରା ମିଶ୍ର,, କଲେଜ ଅଧ୍ୟକ୍ଷା ଶ୍ରଦ୍ଧାଞଳି ସାହୁ, ଉପାଧ୍ୟକ୍ଷ ଚପଳାଛନ୍ଦା ବିଶ୍ବାଳ ପ୍ରମୁକ ଯୋଗଦେଇ ସାଇବାର ଅପରାଧ ଦ୍ବରା ସାଧାରଣ ଳୋକ କିପରି ଠକେଇର ଶିକାର ହେଉଛନ୍ତି ସେ ବିଷୟରେ କହିଥିଲେ। ଛାତ୍ରୀମାନଙ୍କ ପକ୍ଷରୁ ସାଇବର ଅପରାଧ ବିଷୟରେ କଳେଜ ଛାତ୍ରୀମାନଙ୍କ ମଧ୍ୟରେ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନାଟକ ପ୍ରତିଯୋଗିତାରେ ସମୀକ୍ଷା ସ୍ବାଇଁ, ବନ୍ଦତା ନାୟକ, ଅମିଶା ପ୍ରିୟଦର୍ଶନୀ, ନରୂପମା ଦାଶ ଓ ରାଜେଶ୍ବରୀ ସ୍ବାଇଁ ସଥାକ୍ରମେ ପ୍ରଥମରୁ ପଞ୍ଚମ ସ୍ଥାନ ଅଧିକାର କରିଥିଲେ। କାର୍ୟ୍ୟକ୍ରମକୁ ପରିଚାଳନା କରଇଥିଲେ ରତିକାନ୍ତ ଓଝା।
