ରାଜ୍ୟ

 ଡ଼ିସିଏମଙ୍କ ବ୍ଲକ ଏବଂ ଡ଼ାକ୍ତରଖାନାରେ ଚଢଉ  ବହୁ ଅଧିକାରୀ ଓ କର୍ମଚାରୀ ଅନୁପସ୍ଥିତ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କଲେ

Spread It

 ନିମାପଡ଼ା,୨୪/୧୧(ଇମିସ) ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସକାଳ ୧୧.୦୫ ସମୟରେ  କାର୍ଯ୍ୟକ୍ରମ ନଥାଇ ବ୍ଳକ ଅପିସରେ ଚଢୁ କରିଥିଲେ। ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସାଧାରଣ ଲୋକଙ୍କ ଠାରୁ ଶୁଣୁଥିବା ନିମାପଡ଼ାରେ ସରକାରୀ କଳ ସ୍ଥାଣୁ ହୋଇଥିବା ଅଭିଯୋଗ ପ୍ରତ୍ୟକ୍ଷଭାବେ ଅନୁଭବ କରିଥିଲେ। ବ୍ଲକ ଅଫିସରେ ଥିବା ବିଭିନ୍ନ ବିଭାଗ ଦିନ ୧୧ଟା  ପର୍ଯ୍ୟନ୍ତ ତାଲା ପଡ଼ିଥିବା  ଏବଂ ବିଭାଗୀୟ କର୍ମଚାରୀମାନେ ଅନୁପସ୍ଥିତ ଥିବା କାରଣରୁ ଉପସ୍ଥାନ ଖାତାରେ ଛକିମାରିଥିଲେ ଏବଂ  ଯେଉଁସବୁ ବିଭାଗରେ ତାଲା ଝୁଲୁଥିଲା ତାହାର   ନିଜ  ମୋବାଇଲେ ଫଟ ଉଠାଇ ଥିଲେ।   ମିଳିଥିବା ସୁଚନା ଅନୁସାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ  ସରକାରୀକାର୍ଯ୍ୟ କ୍ରମରେ ଯୋଗ‌ ଦେବାପାଇଁ ଭୁବନେଶ୍ବରରୁ ନିମାପଡ଼ା ଆସିଥିଲେ।  ଆଜି ଉପମୁଖ୍ୟମନ୍ତ୍ରୀ ଗଲାପରେ  କର୍ମଚାରୀ ମହଲରେ ଆଲୋଚନାରୁ ଶୁଣିବାକୁ ମିଳିଥିଲା   ବିଡ଼ିଓ ଠିକ ଭାବେ ଆସୁନାହାଁନ୍ତି। ଅନ୍ୟଜଣେ  କର୍ମଚାରୀ କହିଲେ କାମ ଦେଖିବାକୁ ବିଡ଼ିଓ କଳେଜକୁ ଯାଇଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ବିଡ଼ିଓଙ୍କ ପାଇଁ ସରକାରୀ କ୍ବାଟର ନିର୍ମାଣ ହୋଇଛି କିନ୍ତୁ ଅଧିକାରୀ ମହାଶୟ ଭୁବନେଶ୍ବରରୁ ନିମାପଡ଼ା ଯିବା ଆସିବା କରୁଛନ୍ତି।  ଡ଼ାକ୍ତରଖାନା ଏବଂ ପରିସରର ପରିଷ୍କାର ପରିଛନ୍ନ ହୋଇନଥିବ‌ା ଅନୁଭବ କରିଥିଲେ । ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିବା ରୋଗୀମାନଙ୍କସହ ଉପମୁଖ୍ୟମନ୍ତ୍ରୀ  କଥାବାର୍ତ୍ତା କରିଥିଲେ। ଡ଼ାକ୍ତରଖାନାକୁ ଆସୁଥିବା ରୋଗୀମାନେ ଡ଼ାକ୍ତରକୁ ଦେଖାଇବା ପାଇଁ ଘଣ୍ଟାଘଣ୍ଟା ଧରି ଠିଆହେଉଥିବା  ଦେଖି  ରୋଗୀମାନଙ୍କ  ବସିବା  ପାଇଁ  ପର୍ଯ୍ୟାପ୍ତ ଚଉକିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଅଚାନକ ବ୍ଲକ ଏବଂ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନକୁ ସାଧାରଣରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *