ଡ଼ିଲର ଖାଉଟୀଙ୍କ ଚାଉଳ ହେରଫେର କରିଥିବା ନେଇ ଥାନାରେ ଅଭିଯୋଗ
ଡ଼ିଲର ଖାଉଟୀଙ୍କ ଚାଉଳ ହେରଫେର କରିଥିବା ନେଇ ଥାନାରେ ଅଭିଯୋଗ
ନିମାପଡ଼ା, ୨୬/୫(ଏପିନ୍ୟୁଜ) ନିମାପଡ଼ା ବ୍ଳକ ଅନ୍ତର୍ଗତ ବାମନାଳ ପଞ୍ଚାୟତର ଯୋଗାଣ ବିଭାଗ ପକ୍ଷରୁ ନିଯୁକ୍ତି ପାଇଥିବା ଡ଼ିଲର ମାଗଣା ଚାଉଳକୁ ହେରପେର କରିଥିବାନେଇ ସଂପୃକ୍ତ ଗ୍ରାମର ହିତାଧିକାରୀମାନେ ବିଡ଼ିଓ ଅଭିଜିତ ଷଡ଼ଙ୍ଗୀଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଡ଼ିଓ ତୁରନ୍ତ ବ୍ଲକ ଯୋଗାଣ ନିରୀକ୍ଷକ ସୁବ୍ରତ ଚୈାଧୁରୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଚୈଧୁରୀ ତଦନ୍ତରୁ ସମୟରେ ଜାଣିପାରିଥିଲେ ସଂପୃକ୍ତ ଡ଼ିଲର ୩ଶହ ହିତାଦିକାରୀଙ୍କ ୧୪୦ କ୍ବିଣ୍ଟାଲ ଚାଉଳ ହେରଫେର କରିଛି। ଯୋଗାଣ ନିରିକ୍ଷକଙ୍କ ରିପୋର୍ଟରେ ଚାଉଳ ହେରଫେର ହୋଇଥିବା ବିଡ଼ିଓଙ୍କୁ ତଦନ୍ତକରି ରିପୋର୍ଟ ଦେବାପରେ ନିମାପଡ଼ା ଥାନାରେ ଡ଼ିଲର ଦେବାଶିଷ ମହାନ୍ତି ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ହେବାପରେ ଡ଼ିଲ ରତରବରିଆଭାବେ ୨ଶହ ହିତାଧିକାରୀଙ୍କୁ ସେମାନଙ୍କ ଚାଉଳ ବଣ୍ଟନ କରଥିବା ସୁଚନା ମିଳିଛି। ଯୋଗାଣ ବିଭାଗ ବାମନାଳ ପଞ୍ଚାୟତର ଡ଼ିଲର ଦେବାଶିଷ ମହାନ୍ତିଙ୍କୁ ୭ଶହ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରିବା ଦାୟିତ୍ବ ଦେଇଥିବା ସୁଚନା ମିଳିଛି।