ରାଜ୍ୟ

ହାଇୱା ଧକ୍କା ରେ ମହିଳା ଙ୍କ ମୃତ୍ୟୁ।

Spread It

 ଚାରିଛକ, (ସନ୍ତୋଷ ଦାଶ (ଏ.ପି ନିୟୁଜ) ଆଜି ଚାରିଛକ-ଗୋପ ମୁଖ୍ୟ ରାସ୍ତାର ଅନ୍ନପୂର୍ଣା ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ହାଇଓ୍ବା ଧକ୍କାରେ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ସ୍ଥଳରୁ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇବା ସହିତ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ଥିଲେ। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ,ଏହି ଥାନା ଅନ୍ତର୍ଗତ ତମ୍ପାଳୋ ପଂଚାୟତ ଚଢେଇଗାଁ ପାଂଚବାଟିଆ ଗ୍ରାମର ଗୌରାଙ୍ଗ ଖଟୋଇଙ୍କ ପତ୍ନୀ ସୌଦାମିନୀ ଖଟୋଇ (୫୫) ଏକ କାମରେ ଚାରିଛକ ବଜାର କୁ ଜଣଙ୍କ ସ୍କୁଟିରେ ଆସୁଥିବା ସମୟ ରେ ପଛପଟୁ ଆସୁଥିବା ଏକ ହାଇୱା ମହିଳାଙ୍କୁ ଧକ୍କା ଦେବା ଫଳରେ ମହିଳା ଜଣକ ରାସ୍ତା ଉପରେ ପଡ଼ି ଯାଇଥିଲା। ମହିଳାଙ୍କ ମୁଣ୍ଡ ଉପରେ ଗାଡି ଚକା ଚଢି ଯାଇଥିଲା । ଖବର ପାଇ ଚାରିଛକ ଥାନା ପୋଲିସ ଘଟଣାସ୍ଥଳ ରେ ପହଂଚି ମହିଳାଙ୍କୁ ଚିକିତ୍ସା ପାଇଁ ପୋଲିସ ଭ୍ୟାନରେ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *