ରାଜ୍ୟ

ବାର୍ଷିଆନ ଜନନେତା ସ୍ବାଧୀନତା ସଂଗ୍ରାମୀ  ସୋମନାଥ ପାତ୍ର ଙ୍କ ବିୟୋଗ

Spread It

 

ଅସ୍ତରଙ୍ଗ (ଏ.ପି ନ୍ୟିୁଜ),ବାର୍ଷିଆନ କମ୍ୟୁନିଷ୍ଟ ଜନନେତା ଅଣବନ୍ଦୀ ସ୍ବାଧୀନତା ସଂଗାମୀ ସମିତିର ସଭାପତି ଓ ଉତ୍କଳ ସଂଗ୍ରାମୀ ସ୍ମୃତି  ସମିତିର ପୂର୍ବତନ ସଭାପତି, ସୋମନାଥ ପାତ୍ର ୧୦୩ ବର୍ଷ ବୟସରେ  ବିୟୋଗ  ଘଟିଛି। ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ସଭାପତି ଅମିୟ କୁମାର ପଟନାୟକ,କାକଟପୁର ବିଧାୟକ ତୁଷାର କନ୍ତି ବେହେରା, କମ୍ୟୁନିଷ୍ଟି ନେତା ଆଶିଷ କାନୁନଗୋ, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ,ସ୍ୱର୍ଗତ ପାତ୍ର ଙ୍କ କନିଷ୍ଠ ପୁତ୍ରଙ୍କ ଭୁବନେଶ୍ୱର ସ୍ଥିତ ବାଶ ଭବନକୁ ଯାଇ ମର ଶରୀର ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।  ସ୍ୱର୍ଗତ ପାତ୍ର ସାମ୍ୟବାଦୀ ତଥା ମାର୍କସବାଦୀ ଦର୍ଶନ ର ପ୍ରବକ୍ତା, ଓଡିଶା କୃଷକ ଆନ୍ଦୋଳନ ର ଜଣେ ପ୍ରବୀଣ ନେତା ସହ ପ୍ରଗତିଶୀଳ ଚିନ୍ତାଧାରା ର ମଣିଷ ପରି ମଣିଷ ଟିଏ ଥିଲେ l ସ୍ବର୍ଗତ ପାତ୍ର ବାମପନ୍ଥୀ ଚିନ୍ତାଧାରାର ଲେଖକ ଥିଲେ। ପୂରୀ ଜିଲ୍ଲା କାକଟପୁର ଅନ୍ତର୍ଗତ ବାଜପୁର ଗ୍ରାମରେ ଜନ୍ମ ଗ୍ରହଣ କରି ନିଜ ଅଞ୍ଚଳ  ଵା କାକଟପୁର, ଅସ୍ତରଙ୍ଗ ସହିତ ସମଗ୍ର ରାଜ୍ୟରେ ଜଣେ   ସୁ ପ୍ରତିଷ୍ଠିତ ଜଣା ଶୁଣା ଜନନେତା ଥିଲେ ବୋଲି ଏକ ଶୋକ ବାର୍ତାରେ ପ୍ରକାଶ କାରି ଛନ୍ତି l ଅପର ପକ୍ଷରେ, ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ତରଫରୁ ଏହାର ସମ୍ପାଦକ ସ୍ୱପ୍ନେଶ୍ଵର ସାହୁ ଙ୍କ ସମେତ ଅନୁଷ୍ଠାନ ର ସଭ୍ୟ ମାନେ ସ୍ୱର୍ଗତ ପାତ୍ର ଙ୍କ ବିୟୋଗ ରେ ଗଭୀର ଦୁଃଖ ପକାଶ କାରି ଛନ୍ତି l

Leave a Reply

Your email address will not be published. Required fields are marked *