ରାଜ୍ୟ

ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୩୧୧ ଜଣଙ୍କୁ ବାଣ୍ଟିଲେ ଭତ୍ତା ଓ କାମଧେନୁ ଯୋଜନା ଉଦଘାଟନ କଲେ

Spread It

ନିମାପଡ଼ା, ୮/୫ (ଏପିନ୍ୟୁଜ) ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ନିମାପଡ଼ା ବ୍ଲକର ୩୧୧ ଜଣଙ୍କୁ ଭତ୍ତା ବଣ୍ଟନ କରିଛନ୍ତି । ସେମାନଙ୍କ ମଧ୍ରରେ ଭିନ୍ନକ୍ଷମ ୧୫୯, ବିବାହ ବିଚ୍ଛେଦ ହୋଇଥିବା ୩ଜଣ , ବୟଷ୍କ ପେନସନ ୧୮୪ , ଅବିବାହିତ ଯୁବତୀ ୧ ଏବଂ ବିଧବା ମହିଳା୬୪ ଜଣଙ୍କୁ ଆଜି ପୂର୍ବାହ୍ନରେ ଭତ୍ତା ବଣ୍ଟନ କରିଛନ୍ତି। ନିମାପଡ଼ା ବ୍ଲକରେ ୩ହଜାରୁ ଉର୍ଦ୍ଦ ବ୍ୟକ୍ତି ବୟସ ୬୦ ବର୍ଷରୁ ଉର୍ଦ୍ଦ ହୋଇ ବ୍ୟକ୍ତି ଅନଲାଇନ ମାଧ୍ୟମରେ ଭତ୍ତା ପାଇବା ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ଆବେଦନ ପତ୍ରଗୁଡ଼ିକ ଅନଲାଇନ ମାଧ୍ୟମରେ ପୁରୀ ଜିଲାପାଳଙ୍କୁ ଅବଗତ କରାଯାଇଛି। ଗତ ଦୁଇବର୍ଷ ହେବ ସେମାନେ ଆବେଦନ କରିଥିଲେ କିନ୍ତୁ ବିଚାରକୁ ନିଆଯାଇନଥିବାରୁ ସେମାନଙ୍କ ମଧ୍ୟରେ ଅସ‌ନ୍ତୋ‌ଷ ପ୍ରକାଶ ପାଇଛି।  ଏହି କାର୍ଯ୍ୟକ୍ରମରେ ଏନ.ଏ.ସି ଅଧ୍ୟକ୍ଷା ସସ୍ମିତା ସାହୁ, ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଟାଉନହଲ ଠାରେ ଅନୁଷ୍ଠିତ କୃଷକମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ପାଣ୍ଠି ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କୃଷି, ଉଦ୍ୟାନ ଏବଂ ପଶୁପାଳନ ବିଭାଗ ପକ୍ଷରୁ ବ୍ଲକ ଅଞ୍ଚଳରେ କାମଧେନୁ ଯୋଜନାରେ , ଉଦ୍ୟାନ ବିଭାଗ ପକ୍ଷରୁ ଛତୁଚାଷ କରିବାପାଇଁ ଏବଂ କୃଷିବିଭାଗ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଚାଷ କରିବାପାଇଁ ୧୦ ହଜାର ପାଣ୍ଠି ହିତାଧିକାରୀମାନଙ୍କୁ ବଣ୍ଟନ କରିଥିଲେ। ମହିଳା ଗୋଷ୍ଠୀମାନଙ୍କୁ ପ୍ରଦାନ କରାଯାଇଥିବା ୧୦ ହଜାରଟଙ୍କା ୧ବର୍ଷ ମଧ୍ୟରେ ଫେରାଇଲେ ସୁଧ ଦେବାକୁ ପଡ଼ିବ ନାହିଁ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପରିଡ଼ାଙ୍କ ସମେତ ଜିଲା କୃଷି ଅଧିକାରୀ ସତ୍ୟନାରାୟଣ କର, ବ୍ଲକ କୃଷି ଅଧିକାରୀ ପ୍ରିସୟବ୍ରତ ପୃଷ୍ଟି, ଉଦ୍ୟାନ ବିଭାଗ ଅଧିକାରୀ ଶୁଭଶ୍ରୀ କର, ଶ୍ରୀକାନ୍ତ ବଢେଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *