ରାଜ୍ୟସ୍ତରୀୟ ଶାରଳା କପ, ଫାଇନାଲ ଢେଙ୍କାନାଳ ବିଜେତା
ଅସ୍ତରଙ୍ଗ ୯/୨(ଏ.ପି.ନ୍ୟିୁଜ),,ଅସ୍ତରଙ୍ଗ ମା ଶାରଳା ସ୍ପୋଟିଂ କ୍ଲବ ପକ୍ଷରୁ ନରେନ୍ଦ୍ର ଷ୍ଟାଡିୟମରେ ସୋମବାର ଦିନ ଖେଳା ଯାଇଥିବା ମେଗା ଫାଇନାଲ କ୍ରିକେଟ ମ୍ୟାଚ ଢେଙ୍କାନାଳ କ୍ରିକେଟ କ୍ଳବ ଚଳିତ ବର୍ଷର ଶାରଳାକପର ବିଜେତା ହୋଇଛି। ଆଦିତ୍ୟ ୧୧ଭୁବନେଶ୍ୱର ବନାମ ଢେଙ୍କାନାଲ କ୍ରିକେଟ କ୍ଲବ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚ ରେ ପ୍ରଥମେ ଟସ ଜିତି ଢେଙ୍କାନାଳ ଟିମ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭରରେ ୯ଉଇକେଟ ହରାଇ ୧୪୫ ରନ ସଂଗ୍ରହ କରିଥିଲା ଦଳ ପକ୍ଷରୁ କାହ୍ନା ରୁଟିଆ ୩୭ବଲ ରେ ୩୨ରନ କରିଥିଲେ ।ଏହାର ଜବାବରେ ଦ୍ଵିତୀୟ ରେ ବ୍ୟାଟିଂ କରି ଆଦିତ୍ୟ ୧୧ସୌମ୍ୟ ବିଶ୍ୱାଳ ଙ୍କ ୭୦ରନ ବଳରେ ୧୩୬ କରି ୯ରନ ରେ ପରାଜୟ ବରଣ କରିଥିଲା । ବିଜୟୀ ଦଳ ପକ୍ଷରୁ ଦିପକ ବେହେରା ୧୨ବଲରେ ୨୦ ରନ ଏବଂ ୪ଓଭର ରେ ୧୮ରନ ବିନିମୟରେ ୪ଟି ଉଇକେଟ ହାସଲ କରି ମ୍ୟାନ ଅଫଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ ଏବଂ ଟୁନାମେଣ୍ଟ ର ଶ୍ରେଷ୍ଠ ଖେଳାଳି ଭାବରେ ଆଦିତ୍ୟ ୧୧ର ମନୋଜ ବେହେରା ମନୋନୀତ ହୋଇଥିଲେ। ଆଜିର ମୁଖ୍ୟ ଅତିଥି ଭାବରେ ଖାଦ୍ୟ ଯୋଗାଣ ମନ୍ତ୍ରୀକୃଷ୍ଣ ଚନ୍ଦ୍ର ପାତ୍ର, ଅନ୍ୟ ଅତିଥି ଭାବରେ ବାଇଧର ମଲ୍ଲିକ, ବ୍ଲକ ଅଧକ୍ଷା ଅରାତି ନାୟକ, ଦିବାକର ଛାଟୋଇ, ଦୁଃର୍ଜୟ ମିଶ୍ର, ଦୁଇ ସିନେ ଅଭିନେତ୍ରୀ ଭୂମିକା ଦାଶ ପୁର୍ଣିମା ମିଶ୍ର , ସଭାପତି ଯୁଗଳ କିଶ୍ବର ମହାନ୍ତି ଉଦଯାପନୀ ଉତ୍ସବ ରେ ଯୋଗ ଦେଇଥିବା ବେଳେ ଡ୍ୟାନସିଂ ଅମ୍ପେୟାର ଦିବ୍ୟଦର୍ଶି ଛାଟୋଇ, ଅୟସ କାନ୍ତ ମହାପାତ୍ର ଖେଳ ପରିଚାଳନା କରିଥିଲେ। ବିଜେତା ଦଳ ଢେଙ୍କାନାଳକୁ ବିଜୟୀ ଟିମ କୁ ଟ୍ରଫି ଶହ ୩୫ ,୧୧୧ଟଙ୍କା ଏବଂ ରନର୍ସ ଅଫ ଟିମ କୁ ୨୫,୧୧୧ଟଙ୍କା ପ୍ରଦାନ କରାଯାଇଥିଲା।
