Uncategorized

ଓଡ଼ିଆମାନଙ୍କ ପିତୃପୁରୁଷଙ୍କ ପାଇଁ କରାଯାଏ ପଇଆ ଶ୍ରାଦ୍ଧ

Spread It

ଚାରିଛକ (ଏ.ପି ନିୟୁଜ),(ସନ୍ତୋଷ ଦାଶ) ପାଖେଇ ଆସୁଛି ଆଲୋକ ର ପର୍ବ ଦୀପାବଳୀ। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ଦିପାବଳୀ ରେ ପିତୃପୁରୁଷ ଙ୍କ ଉଦ୍ଦେଶ୍ୟରେ କରାଯାଇଥାଏ ପଇଆ ଶ୍ରାଦ୍ଧ କରାଯାଇ ବଡ଼ବଡ଼ୁଆଙ୍କୁ ଡକା ଯାଇଥାଏ। ପରିବାର ର ସମସ୍ତ ସଭ୍ୟ ସଭ୍ୟା ହାତରେ କାଉଁରିଆ କାଠି ଧରି ତହିଁ ରେ ଅଗ୍ନି ସଂଯୋଗ କରି ଆକାଶ କୁ ଟେକି ଡ଼ାକିଥାନ୍ତି ବଡ଼ ବଡ଼ିଆ ହୋ.. ଅନ୍ଧାରେ ଆସ ଆଲୁଅ ରେ ଯାଅ.. ଗଙ୍ଗା ଯାଅ, ଗୟା ଯାଅ,ବାଇଶି ପାହାଚରେ ଗଡ଼ ଗଡ଼ଉ ଥାଅ। ଓଡ଼ିଆ ପରିବାର ରେ ରହି ଆସିଥିବା ଏହି ସଂସ୍କୃତି ଓ ପରମ୍ପରା ପାଇଁ ମୁଖ୍ୟତଃ ଆବଶ୍ୟକ ହୋଇ ଥାଏ କାଉଁରିଆ କାଠି। ଅତୀତ ରେ ଚାରିଛକ, ନିମାପଡ଼ା, ନୟାହାଟ ପ୍ରଭୃତି ଅଞ୍ଚଳରେ ପ୍ରଚୁର ପରିମାଣ ରେ ଝୋଟ ଚାଷ କରାଯାଉଥିଲା। ଝୋଟ ଗଛ ରୁ ବକଳ ( ଛେଲି) କାଢି ଦେଲେ ତାହା ଝୋଟ ହେଉଥିଲା ଆଉ ଗଛ ଗୁଡ଼ିକ କାଉଁରିଆ କାଠି ଭାବେ ଜାଳେଣି ଭାବେ ବ୍ୟବହାର ହେଉଥିଲା। ଝୋଟ ଗୁଡ଼ିକୁ ଚାଷୀ ମାନେ ଝୋଟ କଳ କୁ ପଠାଇବା ସହିତ କିଛି ଝୋଟ ରୁ ଚାଷୀ ମାନେ ଗାଈ ଗୋରୁ ମାନଙ୍କୁ ବାନ୍ଧିବା ପାଇଁ ରଶି, ଶିକା ଓ ଅନ୍ୟାନ୍ୟ ଘର କରଣା ସାମଗ୍ରୀ ତିଆରି କରୁଥିଲେ। ଏହି ଅଞ୍ଚଳ ରେ ବହୁ ପରିମାଣ ରେ ଝୋଟ ଚାଷ ହେଉଥିବାରୁ ସମସ୍ତ ଙ୍କୁ କାଉଁରିଆ କାଠି ସୁଲଭ ମୂଲ୍ୟରେ ମିଳି ଯାଉ ଥିଲା। ଏବେ ପ୍ଲାଷ୍ଟିକ ରଶି,ଦଉଡ଼ି, ଶିକା ର ବ୍ୟବହାର ସହିତ ଝୋଟ କଳ ଗୁଡ଼ିକ ବନ୍ଦ ହୋଇ ଗଲା। ଏଣୁ ଚାଷୀ ମାନେ ଝୋଟ ଚାଷ ରୁ ମୁହଁ ଫେରାଇ ହାଇବ୍ରିଡ ଧାନ ଓ ପନି ପରିବା ଚାଷ ରେ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ଅଞ୍ଚଳ ରେ ଝୋଟ ଚାଷ ସମ୍ପୂର୍ଣ୍ଣ ଭାବେ ଲୋପ ପାଇଛି।ଦିପାବଳୀ ଉତ୍ସବ ରେ ବଡ଼ ବଡ଼ିଆ ଡାକ ପାଇଁ କାଉଁରିଆ କାଠି ଜିଲ୍ଲା ବାହାର ଅଞ୍ଚଳ ରୁ ବ୍ୟବସାୟୀ ମାନେ ଆଣି ବିକ୍ରୀ କରୁଛନ୍ତି। ଏଣୁ କାଉଁରିଆ କାଠି ର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *