କ୍ରୀଡା

ଡୁରାଣ୍ଡ କପ୍‌ ଟ୍ରଫି ଉନ୍ମୋଚନ କଲେ ରାଷ୍ଟ୍ରପତି

Spread It

ଡୁରାଣ୍ଡ କପ୍‌ ଟ୍ରଫି ଉନ୍ମୋଚନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, (ଏପିନ୍ୟୁଜ): ଏସିଆ ସର୍ବପୁରାତନ ଏବଂ ଭାରତର ସବୁଠୁ ସମ୍ମାନଜନକ ଡୁରାଣ୍ଡ କପ୍‌ ଫୁଟ୍‌‌ବଲ୍‌ ପ୍ରତିଯୋଗିତା ଜୁଲାଇ ୨୩ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଆୟୋଜିତ ହେବ । ୫ଟି ରାଜ୍ୟର ୬ଟି ସ୍ଥାନରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରଥମ ଥର ଇଣ୍ଡୋନେସିଆ ଆର୍ମି ଦଳ ଭାଗ ନେବାକୁ ଯାଉଛି। ଭାରତୀୟ ସେନା ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ୨୪ ଦଳ ଅଂଶଗ୍ରହଣ କରିବେ। ଡୁରାଣ୍ଡ କପ୍‌ ୧୩୪ତମ ସଂସ୍କରଣ ଟ୍ରଫି ଉନ୍ମୋଚନ ଉତ୍ସବ ଶୁକ୍ରବାର ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ହଲାଇ ୩ଟି ଐତିହାସିକ ଡୁରାଣ୍ଡ କପ୍‌ ଟ୍ରଫି ଉନ୍ମୋଚନ କରିଛନ୍ତି। ଏହି ଉତ୍ସବରେ ସିଡିଏସ୍‌ ଜେନେରାଲ ଅନୀଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଆଡ୍‌‌ମିରାଲ ଦିନେଶ କେ ତ୍ରିପାଠୀ, ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ଅମରପ୍ରୀତ ସିଂହ, ଡୁରାଣ୍ଡ କପ୍‌ ପରିଚାଳନା କମିଟି ମୁଖ୍ୟ ଲେଫ୍‌‌ଟନାଂଟ୍‌ ଜେନେରାଲ ଆର୍‌ସି ତିୱାରୀ ପ୍ରମୁଖ ଅତିଥି ଥିଲେ। ଏମାନଙ୍କ ସହ ଅର୍ଜୁନ ପୁରସ୍କାରପ୍ରାପ୍ତ ଫୁଟ୍‌ବଲର୍‌ ସନ୍ଦେଶ ଝିଙ୍ଗାନ ମଧ୍ୟ ସାମିଲ ଥିଲେ। 

Leave a Reply

Your email address will not be published. Required fields are marked *