ରାଜ୍ୟ

ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦ୍ବାରା ସମବାୟ ସମତି ଏବଂ ଗୋଦାମ ଘରର ଭିତ୍ତି ପ୍ରସ୍ତର ସ୍ଥାପନ

Spread It

ନିମାପଡ଼ା, (ଏ.ପି ନ୍ୟୁଜ) ସ୍ଥାନୀୟ ଚାଷୀମାନଙ୍କ ହିତସାଧନ ପାଇଁ ପ୍ରାୟ ୧ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ବଳଙ୍ଗା ଧାନ କ୍ରୟ କେନ୍ଦ୍ର ଓ, ଧଳେଶ୍ୱର ଧାନ କ୍ରୟ କେନ୍ଦ୍ର ଭିତ୍ତିଭୂମିର ବିକାଶ ଏବଂ କନ୍ତିଆ କାନପୁରଠାରେ ସମବାୟ ଅଫିସ୍ ଓ ଗୋଦାମ ଗୃହ ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଚାଷୀ ଭାଇ ଓ ଭଉଣୀମାନଙ୍କ ହିତସାଧନରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ। ଏହି ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ବଳଙ୍ଗା ,ଧଳେଶ୍ବର ଏବଂ ବଡ଼ଶିରୁବଳା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସମବାୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *