ରାଜ୍ୟ

“ଏକ ସୁଭଦ୍ରା ଏକ ଗଛ” ଅଭିଯାନରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

Spread It

“ଏକ ସୁଭଦ୍ରା ଏକ ଗଛ” ଅଭିଯାନରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ “ଏକ ପେଡ ମା କେ ନାମ”ଅଭିଯାନକୁ ସ୍ୱାଗତ ଜଣାଇ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ପରିସରରେ ଏକ ଅଁଳା ଗଛ ଚାରା ରୋପଣ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଓ ନିର୍ଦ୍ଦେଶକ ମୋନିଷା ବାନାର୍ଜୀ ମଧ୍ୟ ପିଜୁଳି ଗଛର ଚାରା ରୋପଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ “ଏକ ସୁଭଦ୍ରା ଏକ ଗଛ” ଅଭିଯାନରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଓଡିଶାର ୧ କୋଟିରୁ ଅଧିକ ସୁଭଦ୍ରାମାନଙ୍କୁ ଗୋଟିଏ ଗୋଟିଏ ଚାରା ରୋପଣ ପାଇଁ ଆହ୍ୱାନ କରିଛନ୍ତି।

Leave a Reply

Your email address will not be published. Required fields are marked *