ବିଦ୍ୟୁତ ତାର ଛିଣ୍ଡି ଧାନ କଳେଇ (ନଡ଼ା) ଜଳିଗଲା
ନିମାପଡ଼ା, (ଏ.ପି ନ୍ୟିୁଜ) ନିମାପଡ଼ା ଥାନା ଅନ୍ତର୍ଗତ ନିମାପଡ଼ା- ପିପିଲି ରାସ୍ତା କଡ଼ରେ ଥିବା ଗରପଦା ଗ୍ରାମର ଅକ୍ରୁର ପ୍ରଧାନଙ୍କ
ବାଡ଼େଇ ସାରିବା ପରେ ହଜାର ହଜାର କଳେଇ ବିଡ଼ା ଖଳା ବାଡ଼ିରେ ଗଦା କରିରଖିଥିଲେ। ଗଦା ହୋଇଥିବା ଧାନ କଳେଇ (ନଡ଼ା) ଉପରେ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ତାର ହଠାତ ଛିଣ୍ଡି ପଡ଼ି ଗଦାହୋଇଥିବା ନଡ଼ା ଉପରେ ପଡ଼ି ନିଆଁ ଲାଗିଯାଇଥିଲା। ସମସ୍ତ ଧାନ କଳେଇ ଜଳିଯାଇଥିବା ସୁଚନା ମିଳିଛି। ଏବେ ଚାଷୀମାନେ ମେସିନ ସାହାଯ୍ୟରେ ଧାନ ଅମଳ କରୁଥିବାରୁ ଆଉ ନଡ଼ାର ଅଭାବ ଦେଖାଯାଇଛି। ଗରପଦାର ଚାଷୀ ଅକ୍ରୁର ପ୍ରଧାନ ଧାନ କାଟି ଅମଳ କରିବାପରେ ଧାନ କଳେଇ (ନଡ଼ା) ସାଇତି ରଖିଥିଲେ ଏଥିରୁ କିଛି ଅର୍ଥ ରୋଜଗାର କରିବେ ବୋଲି ଆଶା କରିଥିଲେ।(ଫଟ)
