ଉକୁଣୀ ନେଲା ଛାତ୍ରୀର ଜୀବନ
ବଳଙ୍ଗା(ଏ.ପି ନ୍ୟିୁଜ) ମୁଣ୍ଡରେ ଉକୁଣୀ ପାଇଁ ଜଣେ ଛାତ୍ରୀର ଜୀବନ ଚାଲିଯାଇଛି। ମିଳିଥିବା ସୁଚନାରୁ ଜଣାଯାଏ ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିର ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା (୧୨) ନିକଟସ୍ଥ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢେ। କିଛିମାସତଳେ ଲକ୍ଷ୍ମୀପ୍ରିୟାର ମୁଣ୍ଡରେ ଉକୁଣୀ ହୋଇଥିଲା। ଅନେକ ପ୍ରତିକାର କରିବାପରେ ଉକୁଣି ମରିନଥିଲେ। ,ଭିତରେ ଭିତରେ ବଶଂ ବୃଦ୍ଧି କରିଚାଲିଥିଲେ। ଲଣ୍ଡାହେବାକୁ ଲକ୍ଷ୍ମୀ ପ୍ରିୟାକୁ କୁହାଯାଇଥିଲା କିନ୍ତୁ ସେ ରାଜି ହେରାଇ ନଥିଲା।।ଉକୁଣୀ ଲକ୍ଷ୍ମୀପ୍ରିୟାର ଖପୁରୀକୁ ଆକ୍ରାନ୍ତ କରିଥିଲା। ମୁଣ୍ଡ ଗନ୍ଧ ହେବାରୁ ଲକ୍ଷ୍ମୀପ୍ରିୟାଘରୁ ବାହାରି ନଥିଲା। ମୁଣ୍ଡରେ ଛୁଟି ଥିବାରୁ ପରିବାର ଲୋକ ଜାଣି ପାରିନଥିଲେ। ଗତ ୪ଦିନ ତଲେ ଲକ୍ଷ୍ମୀ ପ୍ରିୟା ଅସୁସ୍ଥ ହେବାସହ ଯରକ୍ତ ବାନ୍ତି କରିଥିଲା। ପରିବାର ଲୋକ ଚିକିତ୍ସାପାଇଁ ପୁରୀ ଜିଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଥିବାବେଳେ ଗତ ଶନିବାର ଲକ୍ଷ୍ମୀ ପ୍ରିୟାର ମୃତ୍ୟୁ ଝଟିଥିବା ସୁଚନା ମିଳିଛି।
