ରାଜ୍ୟ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ।

Spread It

ପୁରୀ ୭/୧ ଆଜି ପୂର୍ବାହ୍ନରେ କଣାସ ବ୍ଲକ ଗଡବଡପୁଟ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ଶିକ୍ଷାର ମୂଳଦୁଆ କୁ ସୁଦୃଢ଼ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ।ଗଡବଡପୁଟରେ ଆୟୋଜିତ ଏହି ଉତ୍ସବ ରେ ସତ୍ୟବାଦୀ ର ବିଧାୟକ ଓମ ପ୍ରକାଶ ମିଶ୍ର ଆଜି ଆମ ପାଇଁ ଏକ ଗୌରବ ର ଦିବସ ବୋଲି କହିଥିଲେ।ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ର ଏହି ପ୍ରୟାସ ଦ୍ଵାରା ଗୋଦାବରୀଶ ମିଶ୍ର ଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ ସହ ଶିକ୍ଷା ଭିତ୍ତିଭୂମି କୁ ସୁଦୃଢ ଓ ସଶକ୍ତ କରିବ ବୋଲି କହିଥିଲେ।ପଞ୍ଚସଖା ଙ୍କ ମାଟି ଶିକ୍ଷା, ସଂସ୍କାର ଓ ଶୃଙ୍ଖଳା ର ମାଟି।ଏହି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ପରିକଳ୍ପନା ଆଦର୍ଶ ଶିକ୍ଷା ଓ ଉନ୍ନତ ଚରିତ୍ର ଗଠନ ରେ ସହାୟକ ହେବ ବୋଲି କହିଥିଲେ।ପିତାମାତା ଓ ଅଭିଭାବକ ମାନଙ୍କ ପାଇଁ ଏହା ଏକ ବଡ ଆଶ୍ବସ୍ଥି ଯେ ଆର୍ଥିକ ଦୁର୍ବଳ ଥିବା ସତ୍ତ୍ଵେ ସେମାନଙ୍କ ପିଲା ଏକ ସୁନ୍ଦର ଭିତ୍ତିଭୂମି ଥିବା ବିଦ୍ୟାଳୟ ରେ ଶିକ୍ଷା ଲାଭ କରିବ।ସରକାରଙ୍କ ଏହି ପ୍ରଚେଷ୍ଟା ପାଇଁ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିବା ସହ ପୁରୀ ଜିଲ୍ଲାରେ କଣାସ ଗଡବଡପୁଟ ନୋଡାଲ ଉଚ୍ଚ ବିଦ୍ୟାଳୟ ସହ ଡେଲାଙ୍ଗ ବ୍ଲକ ର ରେଙ୍ଗାଳ ୟୁଜିୟୁପି ଓ କୃଷ୍ଣ ପ୍ରସାଦ ବ୍ଲକ ର ପିଏଲସି ବିଦ୍ୟାପୀଠ, ପାରିକୁଦ କୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ସାମିଲ କରାଯାଇଛି।ପରବର୍ତ୍ତୀ ସମୟରେ ଅନ୍ୟ ବିଦ୍ୟାଳୟ ମାନଙ୍କୁ ଏଥିରେ ସାମିଲ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।ଗଡବଡପୁଟ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ପ୍ରିତି ପ୍ରଜ୍ଞା ଚମ୍ପତ୍ତି ମୁଖ୍ୟମନ୍ତ୍ରୀ ଙ୍କ ସହ ବାର୍ତ୍ତାଳାପ କରିବା ସହ ଶିକ୍ଷା ର ଉନ୍ନତି ଦିଗରେ ଏହି ପଦକ୍ଷେପ ପିଲା ମାନଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି କହି ମୁଖ୍ୟମନ୍ତ୍ରୀ ଓ ସରକାର ଙ୍କୁ କୃତଜ୍ଞତା ଜଣାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ,କଣାସ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ରାଉତ, ତହସିଲଦାର ହିମାଂଶୁ ଶେଖର ଗିରି,କଣାସ ସରପଞ୍ଚ ଶ୍ରୀୟଙ୍କା ଗୁମାନସିଂ,ଭଗବାନ ସୁବୁଦ୍ଧି, ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ମହାରଣା ପ୍ରମୁଖ ଯୋଗ ଦେଇଥିଲେ।ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା ବିଭାଗର କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଉପାଧ୍ୟକ୍ଷ ଅଭିମନ୍ୟୁ ଜୟସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *