ଗୋଲେଇ ଛକରୁ ୧୧୨ଗ୍ରାମ ଓଜନର ବ୍ରାଉନସୁଗାର ଜବତ। ଜଣେ ଗିରଫ
ନିମାପଡ଼ା,( ଉର୍ମି ସେନାପତି) ନିମାପଡ଼ା ଥାନା ଅଧିନ ସ୍ଥାନୀୟ ଗୋଲେଇ ଛକ ନିକଟରେ ଥିବା ଜିବିସି ପୋଲ (ନିମାପଡ଼ା –ଚାରିଛକ) ରାସ୍ତାର ଉପରୁ ନିମାପଡ଼ା ଅବକାରୀ ରେଂଜ ପକ୍ଷରୁ ଚଢଉ କରାଯାଇ ୧୧୨ ଗ୍ରାମ ଓଜନର ହିରୋଇନ ଜବତ କରାଯାଇଛି। ,ସଂପର୍କରେ ଅବକାରୀ ବିଭାଗ ବିଷ୍ରୁପୁର ଭାଗୀରଥୀ ମଲିକ ଆଲିଆସ ରାକା ନାମକ ଯୁବକ (୨୮) କୁ ଗିରଫ କରିଛି । ଅବକାରୀ ଥାନା କେସନଂ ୮୬/୨୫-୨୬ରେ ମାମଲାରୁଜୁ ହୋଇ ଅଭିଯୁକ୍ତକୁ ଗିରଫ କରିଛି।। ଅଭିଯୁକ୍ତ ରାକାଠାରୁ ଦୁଇଟି ଆଣ୍ଠ୍ରଏଡ଼ ମୋବାଇଲ ଫୋନ ଏବଂ ୧୧୨ ଗ୍ରାମ ଓଜନର ହିରୋଇନ ଜବତ କରାଯାଇଥିବା କୋର୍ଟକୁ ଅବଗତ କରାଯାଇଛି। ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯାଇଥିବା ବେଳେ ତାର ଜାମିନ ଆବେଦନ ନାମଜୁଂର ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୁଚନା ମିଳିଛି।
