ରାଜ୍ୟ

ଗୋଲେଇ ଛକରୁ ୧୧୨ ଗ୍ରାମ ଓଜନର ବ୍ରାଉନସୁଗାର ଓ ମୋବାଇଲଫୋନ ଜବତ। ଜଣେ ଯୁବକ ଗିରଫ

Spread It

ନିମାପଡ଼ା,( ଉର୍ମି ସେନାପତି)  ନିମାପଡ଼ା ଥାନା ଅଧିନ  ଗୋଲେଇ ଛକ ନିକଟରେ ଥିବା ଜିବିସି  ପୋଲ (ନିମାପଡ଼ା –ଚାରିଛକ) ରାସ୍ତାର ଉପରୁ ନିମାପଡ଼ା ଅବକାରୀ ରେଜଂ ପକ୍ଷରୁ ଚଢଉ କରାଯାଇ ୧୧୨ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଏ ସଂପର୍କରେ ଅବକାରୀ ବିଭାଗ  ବିଷ୍ଣପୁର ଭାଗୀରଥୀ ମଲିକ ଆଲିଆସ ରାକା ନାମକ ଯୁବକ (୨୮) କୁ ଗିରଫ କରିଛି । ତା ନିକଟରେ ଥିବା ବ୍ରାଉନସୁଗାର ସମେତ ୨ଟି ମୋବାଇଲ ଫୋନକୁ ଜବତ କରିଛି।    ଅବକାରୀ ଥାନା କେସନଂ  ୮୬/୨୫-୨୬ରେ ମାମଲାରୁଜୁ  ହୋଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି।। ଅଭିଯୁକ୍ତ ରାକାଠାରୁ ଦୁଇଟି ଆଣ୍ଠ୍ରଏଡ଼ ମୋବାଇଲ ଫୋନ ଏବଂ ୧୧୨ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଥିବା କୋର୍ଟକୁ ଅବଗତ କରାଯାଇଛି। ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯାଇଥିବା ବେଳେ ତାର ଜାମିନ ଆବେଦନ  ବିଚାରପତି ନାକଚ କରିଦେଇଥିବା   ଅବକାରୀ ବିଭାଗ ପକ୍ଷରୁ ସୁଚନା ମିଳିଛି।

Leave a Reply

Your email address will not be published. Required fields are marked *