ରାଜ୍ୟ

ଗୋପ ବସ୍ତିର ଦ୍ବିତୀୟ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ

Spread It

ଗୋପ ୧୪/୦୬(ଏପିନ୍ୟୁଜ)ଶନିବାର ଦିବା ୧୦ ଘଟିକା ସମୟରେ ମୁସଲିମ ଅଳ୍ପସଂଖ୍ୟକ ସଂଗଠନ ଏବଂ ଗୋପ ବସ୍ତି ଆନୁକୂଲ୍ୟରେ ଦ୍ଵିତୀୟ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ଗୋପ ଜାମା ମସଜିଦ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଉପଦେଷ୍ଟା ହାଜି ଅହେମଦ ଅଲ୍ଲୀ ଖାନ ସଭା ଉଦଘାଟନ କରିଥିଲେ । ସଂଗଠନର ସଭାପତି ଜନାବ ହାଜି ସୋରାଫ ଅଲ୍ଲୀ ଖାନଙ୍କ ସଭାପତିତ୍ୱରେ ଶିକ୍ଷାଉପଦେଷ୍ଟା ଜନାବ ସତାପ ଉଦ୍ଦିନ ଅହେମ୍ମଦଙ୍କ ଦ୍ୱାରା ସଭାର ଅଭିମୁଖ୍ୟ ଓ ଅତିଥି ପରିଚୟ ସମ୍ପାଦିତ ହୋଇଥିଲା । ସଂଗଠନର ମୁଖ୍ୟ ଉପଦେଷ୍ଟା ଦ୍ବୟ ଜନାବ ଡାକ୍ତର ଉସିମ ଉଦ୍ଦିନ ଅହେମ୍ମଦ ଓ ସମାଜସେବୀ ଜନାବ ମିର ନଶିର ଅଲ୍ଲୀ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ହୋଇଥିଲେ ।

ଏହି ସଭାରେ ସମ୍ମାନିତ ଅତିଥି ଭାବେ ଗୋପ ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଢିହାରୀ, ଉପଦେଷ୍ଟା ବେଲ ଭାଇ, ଉପଦେଷ୍ଟା  ହାଜି ସେକ ଆବୁତାହାର, ସମ୍ପାଦକ ଆଫତାବ ଆଲମ, କ୍ୟାସିଏର ସେକ ତସଲିମ, ଜୋନ ପ୍ରେସିଡେଣ୍ଟ ଶେଖ ମହସିନ ମହମ୍ମଦ, ଲୋକମାନ ହକିମ, ଦବିର ଉଦ୍ଦିନ ଖାନ, ସେକ ଅବଦୁଲ ରହିମ, ସେକ ନଯିମ ପ୍ରମୁଖ ପିଲାଙ୍କ କୃତିତ୍ୱ ତଥା ଅଂଜୁମନର ଲକ୍ଷ ଓ ଉଦ୍ଦେଶ୍ୟ ର ଉଚ୍ଚ ପ୍ରଶଂସା କରିଥିଲେ । ସମସ୍ତ ୮୦ ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପିଲାମାନେ ସୁନ୍ଦର ବଳିଷ୍ଠ ଚରିତ୍ର ଗଠନ କରିବା ସହିତ ସମାଜରେ ଭଲ ମଣିଷ ହୋଇ ମାନବ ସମାଜକୁ ଦିଗଦର୍ଶନ ଦିଅନ୍ତୁ ।

ମଞ୍ଚର ସୁପରିଚାଳନା ଓ ସଂଯୋଜନା ଶିକ୍ଷାବିତ ନିହାଲ ବାବୁ ଓ ଶିକ୍ଷାବିତ ଅବଦୁଲ ମିଶକିନ ଖାନ କରିଥିଲେ ।

Leave a Reply

Your email address will not be published. Required fields are marked *