ନିମାପଡା-ଗୋପ ସିଭିଲ ସୋସାଇଟି ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ।
ଚାରିଛକ,(ସନ୍ତୋଷ ଦାଶ) : ଏପି ନ୍ୟୁଜ- ଚାରିଛକ ସ୍ଥିତ ବିଳାଶୁଣୀ କଲ୍ୟାଣ ମଣ୍ଡପ ଠାରେ ନିମାପଡା-ଗୋପ ସିଭିଲ ସୋସାଇଟି ର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଆଇନିଜୀବି ସୁଧୀର ରଞ୍ଜନ ମହାନ୍ତି, ମୁଖ୍ୟବକ୍ତା ଭାବେ ସାପ୍ତାହିକ ସତ୍ୟ ଖବର ର ସମ୍ପାଦକ ଅକ୍ଷୟ କୁମାର ନାୟକ, ସମ୍ନାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ମିତ୍ର , ପୂର୍ବତନ ଅଧ୍ୟକ୍ଷ ଯୋଗେନ୍ଦ୍ର ନାଥ ମିଶ୍ର , ପୁର୍ବତନ ଅଧ୍ୟକ୍ଷ ଗୋପୀନାଥ କର, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅଧ୍ୟକ୍ଷ ବଂଶୀଧର ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇଥିଲେ । ଅବସରପ୍ରାପ୍ତ ଡେପୁଟି କମିଶନର ଚନ୍ଦ୍ରକାନ୍ତ ଦଳାଇ ସଭାରେ ସଭାପତିତ୍ୱ କରିଥିବାବେଳେ କବିରାଜ କୁଳମଣି ସାହୁ ମେମୋରିୟଲ ର ଅଧ୍ୟକ୍ଷ ତଥା ସିଭିଲ ସୋସାଇଟି ର ସଂଯୋଜକ ଡକ୍ଟର କେଦାରନାଥ ସାହୁ ସଭା ପରିଚାଳନା କରିଥିଲେ । ଗୋପ, ନିମାପଡା ,ଚାରିଛକ ଅଞ୍ଚଳରେ ରହିଥିବା ବିଭିନ୍ନ ପ୍ରକାର ସମସ୍ୟା ର ସମାଧାନ ପାଇଁ ପ୍ରଶାସନ ପାଖରେ ଅଭିଯୋଗ ପହଞ୍ଚାଇବା ପାଇଁ ସିଭିଲ ସୋସାଇଟି ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନର ସଦସ୍ୟ ମାନେ ବକ୍ତବ୍ୟ ରେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସମାଜସେବୀ ତଥା କୃଷକ ନେତା ସନାତନ ପାତ୍ର, କୃଷ୍ଣ ଚନ୍ଦ୍ର ରାଉତ, କାହ୍ନୁ ଚରଣ ବେହେରା, ପୂର୍ବତନ ବିଧାୟକ ବେଣୁଧର ସେଠୀ, ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ, ଡକ୍ଟର ପ୍ରଭାତ ଚନ୍ଦ୍ର ମିଶ୍ର, ବନବିହାରୀ ଦାଶ, ପ୍ରଫୁଲ୍ଲ କୁମାର ସାହୁ, ବସନ୍ତ କୁମାର ମଲ୍ଲ, ସନ୍ତୋଷ ଦାସ, ରାଜେଶ କୁମାର ଲେଙ୍କା, ରଞ୍ଜିତ କା, ବିନୋଦ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ , ପ୍ରଫୁଲ୍ଲ କୁମାର କର, ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଚାରିଛକ ଅଂଚଳ ର ସମସ୍ତ ସମସ୍ୟା ଉପରେ ଆଲୋଚନା କରି ଥିଲେ। କାର୍ଯ୍ୟକ୍ରମ ଶେଷରେ ଚାରିଛକ ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷାନୁଷ୍ଠାନ ର ସଂମ୍ପାଦକ ବିଜୟ କୁମାର ବେହେରା ଓ ଉକ୍ତ ଅନୁଷ୍ଠାନ ର ଛାତ୍ରୀ ମାନଙ୍କୁ ଗୋଲାପ ଫୁଲ ସହିତ ଟ୍ରଫି ଦିଆଯାଇ ପୁରସ୍କୃତ କରା ଯାଇଥିଲା।
