ଶ୍ରୀ ଗୁରୁଦେବ ଙ୍କ ପୀଠ ଠାରେ ସମୂହ ଗୀତା ପାଠ।
ଚାରିଛକ,( ସନ୍ତୋଷ ଦାଶ) ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସର ରେ ନିକଟସ୍ଥ ବନ୍ଦେଶ୍ୱର ଗ୍ରାମ ସ୍ଥିତ ପ୍ରାଚୀ ଉପତ୍ୟକା ର ଶ୍ରୀ ଗୁରୁଦେବ ପୀଠ ଠାରେ ସମୂହ ଗୀତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା।ତୁଳସୀପୁର ଗ୍ରାମ ର ଅବନିନ୍ଦ୍ର ତ୍ରିପାଠୀ କର୍ତ୍ତା ହୋଇ ଥିବା ବେଳେ ଅମରେଶ୍ୱର ତ୍ରୀପାଠୀ,ବନ ବିହାରୀ ଦାଶ, କ୍ଷମାନିଧି ତ୍ରୀପାଠୀ, ନିରଞ୍ଜନ କର,ଆନନ୍ଦ ବେହେରା, ସାହୁ, ବିଚି ତ୍ରାନନ୍ଦ ସେନ, ଚନ୍ଦ୍ରଶେଖର ମହାପାତ୍ର, ପ୍ରବୀର କୁମାର ଦାଶ, ବ୍ରଜବନ୍ଧୁ କର, ପ୍ରଦୀପ୍ତ କୁମାର ନାୟକ, ସନ୍ତୋଷ ଦାଶ,ଚକ୍ରଧର ସା, ଗୋପିନାଥ କର, ଡମ୍ବରୁ ଧର ମିଶ୍ର, ରାମ ଚନ୍ଦ୍ର ସାହୁ, ମହେଶ୍ୱର ମହାପାତ୍ର, ମହେଶ୍ୱର ମହାନ୍ତି, ସହଦେବ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଭୋଇ,ପୂର୍ଣ୍ଣଚନ୍ଦ୍ର ପାଣି, କୈଳାସ ପାଣି ବିପିନ କୁମାର ବାଲ , ଅନିରୁଦ୍ଧ ତ୍ରୀପାଠୀ, ସନ୍ତୋଷ କୁମାର ସ୍ୱାଇଁ,
ଅମୁଲ୍ୟ ମିଶ୍ର, ରଜନୀକାନ୍ତ ତ୍ରୀପାଠୀ, ହୃଦାନନ୍ଦ କର, ରଣଜିତ ସାହୁ, ବାବୁଲି କର ପ୍ରମୁଖ ଭକ୍ତ ଯୋଗ ଦେଇ ସମୂହ ଗୀତା ପାଠ କରିଥିଲେ। ପବିତ୍ର ପ୍ରାଚୀ ନଦୀ ରୁ କଳସ ରେ ଜଳ ଅଣାଯାଇ ସ୍ଥାପନା କରାଯିବା ପରେ ଠାକୁର ଙ୍କ ସମ୍ମୁଖ ରେ ଘୃତ୍ୟଯଜ୍ଞ ଅନୁଷ୍ଠିତ ହେବା ସହିତ ଶ୍ରୀ ଗୁରୁଦେବ ଠାକୁର ଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲାଗି କରା ଯାଇଥିଲା।
