ରାଜ୍ୟ

ବିଭିନ୍ନ ଶୈବ ପୀଠ ରେ ଜାଗର ଯାତ୍ରା ଅନୁଷ୍ଠିତ। ବିଳମ୍ବିତ ରାତିରେ ଉଠିଲା ମହାଦୀପ।

Spread It
 
ଚାରିଛକ,((ଏ.ପି ନ୍ୟିୁଜ, ସନ୍ତୋଷ ଦାଶ)ପୁଣ୍ୟ ତୋୟା ପ୍ରାଚୀ ଉପତ୍ୟକା ରେ ରହିଛି ପ୍ରସିଦ୍ଧ ଦ୍ଵାଦଶ ଶିବ ମନ୍ଦିର । ସେ ଗୁଡିକ ହେଲା ଅନ୍ଧ କପିଳେଶ୍ଵର, ବେଲେଶ୍ୱର, ତ୍ରିବେଣୀଶ୍ଵର, ରାମେଶ୍ବର, ଅଙ୍ଗେଶ୍ୱର, ଅମରେଶ୍ୱର, ବନ୍ଦେଶ୍ଵର, ଗ୍ରାମେଶ୍ଵର, ସୋମେ ଶ୍ଵର, ସିଦ୍ଧେଶ୍ୱର, ନାଟେଶ୍ୱର ଓ ମୁକ୍ତେଶ୍ୱର। ଏହି ଶିବ ମନ୍ଦିର ଗୁଡ଼ିକରେ ବୁଧବାର ଦିନ ପାରମ୍ପରିକ ପ୍ରଥାନୁସାରେ ମହା ଶିବରାତ୍ରୀ ବା ଜାଗର ଯାତ୍ରା ପାଳିତ ହୋଇଥିଲା। ଶ୍ରଦ୍ଧାଳୁ ଭକ୍ତମାନେ ପୀଠ ରେ ପହଞ୍ଚି ଶମ୍ଭୁ ଙ୍କୁ ଦର୍ଶନ କରିବା ସହିତ ନିଜର ଓ ପରିବାର ର ମଙ୍ଗଳ କାମନା କରି ଜାଗର ଦିପ ଜାଳିଥିଲେ। ବିଳମ୍ବିତ ରାତିରେ ସବୁ ଶୈବ ପୀଠ ମାନଙ୍କ ରେ ମହାଦୀପ ମନ୍ଦିର ଚୂଡା କୁ ଉଠିଥିଲା ।ଜାଗର ଯାତ୍ରା ପାଇଁ ମନ୍ଦିର ସବୁ କୁ ନୂତନ ଭାବେ ରଙ୍ଗ କରାଯାଇ ରଙ୍ଗୀନ ଆଲୋକ ମାଳା ରେ ସଜ୍ଜିତ କରାଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପାଇଁ ମନ୍ଦିର ପ୍ରଶାସନ ଓ ସେବକ ସମାଜ , ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇ ଥିଲା। ବିଭିନ୍ନ ସ୍ଥାନ ରେ ପ୍ରବଚନ, ବିଶ୍ଵଶାନ୍ତି ମହାଯଜ୍ଞ, ଭଜନ ସମାରୋହ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜାଗର ଯାତ୍ରା ବା ମହା ଶିବରାତ୍ରୀ ପାଳନ ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇ ପଡ଼ିଥିଲା। ଠାକୁର ମାନଙ୍କ ଚଳନ୍ତି ପ୍ରତିମା ଙ୍କୁ ମନ୍ଦିର ବାହାରକୁ ଅଣାଯାଇ ସ୍ୱ ସ୍ୱ ସୁସଜ୍ଜିତ ବିମାନ ରେ ବସାଇ ଶୋଭାଯାତ୍ରାରେ ମନ୍ଦିର ବେଢ଼ା ପରିକ୍ରମା କରାଯିବା ପରେ ମନ୍ଦିର ଚୁଡ଼ା କୁ ମହାଦୀପ ଉଠିଥିଲା। ହରିବୋଲ ହୁଳହୁଳି ଶବ୍ଦରେ ମନ୍ଦିର ର ଆଖପାଖ ପ୍ରକମ୍ପିତ ହୋଇ ପଡ଼ିଥିଲା। ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ ଭକ୍ତ ଓ ଜାଗର ଓଷା ପାଳନ ଶେଷ କରିଥିଲେ।

Leave a Reply

Your email address will not be published. Required fields are marked *