Uncategorized

ହରିଶପୁରଠାରେ ପହଲଗ୍ରାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ

Spread It

ନିମାପଡା (ଏପିନ୍ୟୁଜ): ନିମାପଡା ବ୍ଲକ ଅନ୍ତର୍ଗତ ହରିଶପୁର ମହାବୀର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ପହଲଗ୍ରାମରେ ଆତଙ୍କବାଦୀ ଗୁଳିରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ସହ 108 ଦୀପ ଅପର୍ଣ କରିଥିଲେ । ହରିଶପୁର ମହାବୀର ମନ୍ଦିରଠାରୁ ଏକ ନୀରବ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା । ଏଭଳି ନୀରକୀୟ ଘଟଣାକୁ ଦୃଢ ନିନ୍ଦା କରିବା ସହ ଆତଙ୍କବାଦୀମାନଙ୍କୁ ଦମନ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ଏହି ଶୋଭାଯାତ୍ରାରେ ବରିଷ୍ଠ ନାଗରିକ ମଞ୍ଚର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *